ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ସହ ଲଢିବାକୁ ମନାକଲେ ନିଜ ସୈନିକଙ୍କୁ ଜେଲରେ ବନ୍ଦ କରୁଛି ରୁଷ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ହେବ ସଂଘର୍ଷ ଜାରି ରହିଛି । ୟୁକ୍ରେନରେ ଯୁଦ୍ଧ କରିବା ପାଇଁ ମନା କରିବାରୁ ରୁଷ ନିଜ ସୈନିକଙ୍କୁ ହିଁ ଜେଲରେ ବନ୍ଦୀ କରି ରଖୁଛି । ଏହାସହ ସେମାନଙ୍କୁ ନିର୍ଯାତନା ମଧ୍ୟ ଦେଉଥିବା ରିପୋର୍ଟରେ ଦାବି କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ, ରୁଷ ସୈନିକ ଏବଂ ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ସୈନିକଙ୍କୁ ସମ୍ପୂର୍ଣ୍ଣ ସୂଚନା ଦିଆ ନଯାଇ ଯୁଦ୍ଧ ଲଢିବା ପାଇଁ କୁହାଯାଉଛି । ଦୁଇ ରୁଷ ସୈନିକଙ୍କ ବୟାନ ଆଧାର କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ଜଣେ ସୈନିକ କହିଛନ୍ତି ଯେ, ଯେତେବେଳେ ସେ ଯୁଦ୍ଧ ପାଇଁ ମୋର୍ଚ୍ଚା ସମ୍ଭାଳିବାକୁ ମନା କରିଥିଲେ, ସେତେବେଳେ ଅନ୍ୟ ଚାରି ଅଧିକାରୀଙ୍କ ସହ ତାଙ୍କୁ ଏକ ବିଲଡିଂରେ ବନ୍ଦୀ କରି ରଖାଯାଇଥିଲା।

Leave A Reply

Your email address will not be published.