ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଫେଟଙ୍କୁ ଅପମାନ ପ୍ରତିଶୋଧ ନେବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇଏସ, ସୂଚନା ଦେଲା ଋଷ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ : ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଟାର୍ଗେଟରେ ଭାରତର ଶାସକ ଦଳର ନେତା । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଶାସକ ବିଜେପିର ବଡ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ମାରିବାକୁ ଯୋଜନା କରୁଛି ଆଇଏସଆଇଏସ । ଋଷରୁ ଆତ୍ମଘାତୀ ଆକ୍ରମଣକାରୀ ଧରାପଡିବା ପରେ ଏଭଳି ଏକ କିଛି ସାଂଘାତିକ ସତ ସାମ୍ନାକୁ ଆସିଛି । ଋଷର ସୁରକ୍ଷା ଏଜେନ୍ସି ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ସହ ଜଡିତ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଆଉ ଗିରଫ ପରେ ଜଣାପଡିଛି ଯେ, ଉକ୍ତ ଯୁବକ ଜଣକ ଶାସକ ବିଜେପି ଦଳର କୌଣସି ବଡ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏନେଇ ଋଷ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରୁଷୀୟ ଫେଡେରାଲ ସିକ୍ୟୁରିଟି ବ୍ୟୁରୋ (ଏଫ୍‌ଏସ୍‌ବି) ଦ୍ୱାରା ପ୍ରକାଶିତ ଏକ ବିବୃତି ଅନୁଯାୟୀ, ଗିରଫ ଆତଙ୍କବାଦୀକୁ ତୁର୍କୀର ଜଣେ ଆଇଏସ ନେତା ଆତ୍ମଘାତୀ ମାନବ ବୋମା ଭାବରେ ନିଯୁକ୍ତ କରିଥିଲେ ଏବଂ ଭାରତର ଜଣେ ରାଜନେତାଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିବାକୁ ସଂପୃକ୍ତ ଆତଙ୍କବାଦୀକୁ ଦାୟିତ୍ୱ ଦିଆଯାଇଥିଲା। ଭାରତରେ ଏହି ଆତ୍ମଘାତୀ ଆକ୍ରମଣ ଘଟାଇବା ପାଇଁ ସଂପୃକ୍ତ ଆତ୍ମଘାତୀ ମାନବ ବୋମା ଭାରତ ଯାତ୍ରା କରିବା ପୂର୍ବରୁ ରୁଷ ପ୍ରଶାସନ ହାତରେ ଗିରଫ ହୋଇଛି।ଗିରଫ ହୋଇଥିବା ଦୁର୍ଦ୍ଦାନ୍ତ ଆଇଏସ୍‌ ଆତଙ୍କବାଦୀ ତଥା ସୁଇସାଇଡ୍‌ ବମରକୁ ଆଜାମୋଭ ମାଶାହୋଣ୍ଟ ବୋଲି ଏଫ୍‌ଏସ୍‌ବି ଚିହ୍ନଟ କରିଛି। ଭାରତରେ ପ୍ରଫେଟ ମହମ୍ମଦଙ୍କୁ ଅପମାନିତ କରାଯାଇଥିବା ଘଟଣାର ପ୍ରତିଶୋଧ ନେବାକୁ ଭାରତ ଆସୁଥିଲେ। ଗିରଫ ଆତଙ୍କବାଦୀର ବୟାନ ଅନୁଯାୟୀ, ସେ ଏହି ଆକ୍ରମଣ ପାଇଁ ଗତ ଏପ୍ରିଲରୁ ତୁର୍କୀରେ ନିଜକୁ ପ୍ରସ୍ତୁତ କରୁଥିଲା।

ଯୋଜନା ମୁତାବକ ଭାରତକୁ ବିମାନରେ ଆସିବା ପାଇଁ ସେ ତୁର୍କୀରୁ ରୁଷିଆ ଆସିଥିଲା। ଭାରତରେ ଏକ ବୈଠକ ନିର୍ଦ୍ଧାରିତ ହୋଇଥିଲା; ଯେଉଁଠାରେ ଭାରତୀୟ ରାଜନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରି ପ୍ରତିଶୋଧ ନେଇଥାନ୍ତା! ଏଥିପାଇଁ ଆତଙ୍କବାଦୀ ସଂଗଠନ ଆଇଏସ୍‌ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଆତ୍ମଘାତୀ ଯୋଜନାକୁ ସଫଳତାର ସହ କାର୍ୟ୍ୟକାରୀ କରିବାକୁ ବ୍ୟାପକ ତାଲିମ ଦିଆଯାଇଥିବା ସେ କହିଛି। ଇସ୍ତାନବୁଲରେ ଥିବା ଜଣେ ଆଇଏସ ଆତଙ୍କବାଦୀ ସହ ତା’ର ବ୍ୟକ୍ତିଗତ ବୈଠକ ହେଉଥିଲା ଏବଂ ଏହି କାର୍ୟ୍ୟ ପାଇଁ ତାକୁ ଟେଲିଗ୍ରାମ ମେସେଞ୍ଜର ଜରିଆରେ ଶିକ୍ଷାଦାନ କରାଯାଇଥିଲା ବୋଲି ଏଫଏସବି ଉଲ୍ଲେଖ କରିଛି। ଏଥିସହ ଏଫଏସବି ଏହି ଘଟଣା ସଂପର୍କରେ ଭାରତର ଗୃହ ମନ୍ତ୍ରାଳୟକୁ ଏକ ପ୍ରାଥମିକ ରିପୋର୍ଟ ଜରିଆରେ ସମସ୍ତ ତଥ୍ୟ ଜଣାଇ ଦେଇଛି।

ଋଷ ସୁରକ୍ଷା ଏଜେନ୍ସି ମୁତାବକ, ଉକ୍ତ ଆତଙ୍କବାଦୀ ଜଣକ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତୁର୍କୀରେ ଆତଙ୍କୀ ଟ୍ରେନିଂ ନେଇ ଫେରିଥିଲା । ଏପରିକି ଆଇଏସଆଇଏସ ଉକ୍ତ ଯୁବକକୁ ଆତ୍ମଘାତୀ ଆକ୍ରମଣକାରୀ ଦଳରେ ସାମିଲ କରିଥିଲା ।ଟ୍ରେନିଂ ନେବା ପରେ ଉକ୍ତ ଆତଙ୍କବାଦୀ ଜଣକ ଜରୁରୀ କାଗଜପତ୍ର ସହ ଋଷକୁ ଆସିଥିଲା । ଆଉ କିଛି ଦିନ ଋଷରେ ରହିବା ପରେ ଉକ୍ତ ଯୁବକ ଜଣକ ଭାରତ ଆସିଥାନ୍ତେ । ଆଉ ଭାରତ ଆସିବା ପରେ କୌଣସି ବିଜେପି ନେତାଙ୍କୁ ହତ୍ୟା କରିବାକୁ ଆଇଏସ ପକ୍ଷରୁ ଉକ୍ତ ଆତଙ୍କବାଦୀଙ୍କୁ ଟାସ୍କ ଦିଆଯାଇଥିଲା । ତେବେ ଆତଙ୍କବାଦୀଙ୍କ ତାଲିକାରେ ଭାରତର କେଉଁ ନେତା ରହିଥିଲେ ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ ।

Leave A Reply

Your email address will not be published.