ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୨ ଦିନରେ ଯୁଦ୍ଧ : ବିଦେଶୀ ନାଗରିକଙ୍କୁ ଉଦ୍ଧାର ପାଇଁ ୫ଟି ସହରରେ ଯୁଦ୍ଧବିରତି ଘୋଷଣା କଲା ଋଷ

ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୨ତମ ଦିନରେ ପହଞ୍ଚିଛି। ରୁଷର ଘନଘନ ହମଲାରେ ୟୁକ୍ରେନ ଛିନଛତ୍ର ହେବାକୁ ବସିଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନି। ଏହାରି ମଧ୍ୟରେ ଆଜି ୫ ସହର ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । କିଭ୍, ଖାରକିଭ୍, ମାରିୟିପୋଲ, ସୁମି ଓ ଚେର୍ନିହିଭ୍ ସହର ପାଇଁ ଅସ୍ତ୍ରବିରତି ଘୋଷଣା ହୋଇଛି । ଭାରତୀୟ ସମୟ ୧୨ଟା ୩୦ରୁ ଏହି ଅସ୍ତ୍ରବିରତି ଲାଗୁ ହେବ । ଅସ୍ତ୍ରବିରତି ସମୟରେ ଲୋକଙ୍କୁ ଖାଲି କରିବାକୁ ସ୍ୱତନ୍ତ୍ର କରିଡର ବା ହ୍ୟୁମାନିଟାରିଆନ କରିଡର ପ୍ରସ୍ତୁତ ହୋଇଛି । ଫଳରେ ବିଦେଶୀ ନାଗରିକମାନେ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ବାହାରି ଆସିବେ ।

ୟୁକ୍ରେନ-ରୁଷ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତିତ ରହିଥିବା ବେଳେ ଯୁଦ୍ଧ ବିରତି ପାଇଁ ବିଶ୍ବର ପ୍ରମୁଖ ନେତାଙ୍କ ଉଦ୍ୟମ ଜାରି ରହିଛି। ଏହା ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ସୋମବାର ରୁଷିଆ ୪ ସର୍ତ୍ତ ରଖିଛି। ଯଦି ୟୁକ୍ରେନ ଏହି ୪ ସର୍ତ୍ତ ମାନିନିଏ ତେବେ ନିମଷକେ ଯୁଦ୍ଧ ବନ୍ଦ କରାଯିବ ବୋଲି କ୍ରେମଲିନ ମୁଖପାତ୍ର ଦିମିତ୍ରି କେସକୋଭ୍‌ ଘୋଷଣା କରିଛନ୍ତି। ସୋମବାର ସୁଦ୍ଧା ରୁଷ-ୟୁକ୍ରେନ ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷସେନାର ଆକ୍ରମଣ ଜାରି ରହି ଥିଲେ ହେଁ ଦିମିତ୍ରି ଏହି ବିଷୟ ଘୋଷଣା କରିଛନ୍ତି। ରୁଷ ପକ୍ଷରୁ ରଖାଯାଇଥିବା ୪ ସର୍ତ୍ତ ମଧ୍ୟରେ ୟୁକ୍ରେନ ପ୍ରଥମେ ନିଜର ସେନାକୁ ହଟାଇବାକୁ କୁହାଯାଇଛି। ଦ୍ବିତୀୟରେ ୟୁକ୍ରେନର ସାମ୍ବିଧାନିକ ବ୍ୟବସ୍ଥାକୁ କୌଣସି ପକ୍ଷ ଦ୍ବାରା ପ୍ରଭାବିତ ନକରି ଏହାକୁ ସମ୍ପୂର୍ଣ୍ଣ ନିରପେକ୍ଷ ରଖିବାକୁ କୁହାଯାଇଛି।

ଏହାଦ୍ବାରା ୟୁକ୍ରେନ କୌଣସି ରାଷ୍ଟ୍ର ବା ଶକ୍ତି ଦ୍ବାରା ପରିଚାଳିତ ହେବ ନାହିଁ ଏବଂ ନିଜସ୍ବ ସମ୍ବିଧାନ ବ୍ୟବସ୍ଥାରେ ପରିଚାଳିତ ହେବ। ସେହିପରି କ୍ରିମିଆକୁ ରୁଷିଆର ଏକ ଅଂଶ ଭାବେ ୟୁକ୍ରେନ ସ୍ବୀକୃତି ଦେବାକୁ କୁହାଯାଇଥିବା ବେଳେ ୟୁକ୍ରେନର ଦୁଇ ରାଜ୍ୟ ଡୋନେସ୍କ ଏବଂ ଲୁଗାନସ୍କକୁ ସ୍ବାଧୀନ ଅଞ୍ଚଳ ଭାବେ ଘୋଷଣା କରାଯିବା ଆବଶ୍ୟକ ବୋଲି ରୁଷ ଦାବି କରିଛି। ୟୁକ୍ରେନ ଏହିସବୁ ସର୍ତ୍ତ ମାନିନେଲେ ରୁଷିଆ ଗୋଟିଏ ମୁହୂର୍ତ୍ତରେ ଯୁଦ୍ଧ ବନ୍ଦ କରିବ ବୋଲି ଦିମିତ୍ରି କହିଛନ୍ତି। ସୋମବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଚାଲିଥିବା ବେଳେ ରୁଷ ଏହି ୪ ସର୍ତ୍ତ ଜାରି କରିଛି।

Leave A Reply

Your email address will not be published.