ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷ- ୟୁକ୍ରେନ ଯୁଦ୍ଧ: ମାରିଓପଲକୁ କବଜା କରଥିବା ନେଇ ଋଷର ଦାବି

ମସ୍କୋ: ଋଷ-ୟୁକ୍ରେନ ଯୁଦ୍ଧ ୫୭ ଦିନ ଅତିକ୍ରମ କଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉନି । ଆକ୍ରମଣ ଜୋରଦାର କରିଛନ୍ତି ପୁଟିନ ବାହିନୀ । ୟୁକ୍ରେନ୍‌ ବାଣିଜ୍ୟିକ ପେଣ୍ଠସ୍ଥଳ ପ୍ରମୁଖ ସହର ମାରିଓପଲ କବଜା କରିଥିବା ନେଇ ଦାବି କରିଛି ଋଷ । ବନ୍ଦରନଗରୀ ମାରିଓପୋଲକୁ ୟୁକ୍ରେନ ନିୟନ୍ତ୍ରଣ ମୁକ୍ତ କରାଯାଇଥିବା ରୁଷ ଗଣମାଧ୍ୟମର ଦାବି କରିଛି । ଅନ୍ୟପଟେ ଡନବାସ ଅଞ୍ଚଳକୁ ନିୟନ୍ତ୍ରଣରେ ନେବା ପାଇଁ ରୁଷ୍ ସେନାର ଜୋରଦାର ପ୍ରୟାସ ଜାରି ରଖିଛି ।

ଘମାଘୋଟ ଯୁଦ୍ଧ ଭିତରେ ମାରିଓପଲ୍ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇପଡ଼ିଛି। ଅଧିକାଂଶ ଲୋକେ ସହର ଛାଡ଼ି ପଳାୟନ କରିଥିବା ବେଳେ ଅନେକଙ୍କର ମୃତ୍ୟୁ ଘଟିଛି । ତେବେ ଏ ନେଇ ୟୁକ୍ରେନ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ରୁଷ୍ ପକ୍ଷରୁ ଲଗାତାର ଭାବେ ୟୁକ୍ରେନ୍ ଉପରେ ‌ଆକ୍ରମଣ ଜାରି ରହିଛି । ଏଭଳି ସ୍ଥିତିରେ ରୁଷ୍ ମାରିଓପଲ୍ ଉପରେ କବଜା କରିଥିବା ରୁଷୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Leave A Reply

Your email address will not be published.