ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସପ୍ତମ ଦିନରେ ମହାଯୁଦ୍ଧ: ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ

କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ  ହସ୍ପିଟାଲ ଉପରେ ରୁଷ ସେନା ଆକ୍ରମଣ କରିଥିବା ଜଣାପଡ଼ିଛି।

ଇତିମଧ୍ୟରେ ୬ ଲକ୍ଷ ୬୦ ହଜାର ୟୁକ୍ରେନ ବାସୀ ଦେଶ ଛାଡ଼ି ପଡ଼ୋଶୀ ଦେଶକୁ ଛାଲି ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଓ ଛୋଟ ପିଲା ରହିଥିବା ଆଜି ଜାତିସଂଘର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି।ଜେନେଭାରେ ଏଜେନ୍ସିର ମୁଖପାତ୍ର ଶାବିୟା ମଣ୍ଟୋ କହିଛନ୍ତି, ମାତ୍ର ୬ ଦିନ ମଧ୍ୟରେ ୟୁକ୍ରେନରୁ ୬,୬୦,୦୦୦ରୁ ଅଧିକ ଶରଣାର୍ଥୀ ପଡ଼ୋଶୀ ଦେଶଗୁଡ଼ିକୁ ଚାଲି ଯାଇଛନ୍ତି। ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଯଦି ଏଭଳି ସ୍ଥିତି ଜାରି ରହିବ, ତା’ହେଲେ ଶତାବ୍ଦୀ ମଧ୍ୟରେ ସବୁଠାରୁ ବଡ଼ ଶରଣାର୍ଥୀ ସଙ୍କଟ ୟୁରୋପରେ ଦେଖିବାକୁ ମିଳିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ୬ ଦିନ ମଧ୍ୟରେ ଏତେ ସଂଖ୍ୟକ ଲୋକ ଦେଶ ଛାଡ଼ିଥିବା ବେଳେ ଏବେ ବି ହଜାର ହଜାର ଲୋକ ୟୁକ୍ରେନ ସୀମାନ୍ତରେ ଅନ୍ୟତ୍ର ଯିବାକୁ ଧାଡ଼ି ବାନ୍ଧି ଛିଡ଼ା ହୋଇଛନ୍ତି। ବିଶେଷ କରି ପୋଲାଣ୍ଡ ସୀମାରେ ସବୁଠାରୁ ଅଧିକ ଭିଡ଼ ଦେଖିବାକୁ ମିଳିଛି।

Leave A Reply

Your email address will not be published.