ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ୍ ରାଜଧାନୀରେ ପଶିଲା ଋଷ, ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ

ୟୁକ୍ରେନ୍ ରାଜଧାନୀ କିଏଭରେ ପଶିଲା ଋଷ । ଆକ୍ରମଣକୁ ରୋକିବା ପାଇଁ ନାଟୋ ଦେଲା ୧୦୦ ଲଢ଼ୁଆ ବିମାନ । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି । ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (ନାଟୋ) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ । ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।

Leave A Reply

Your email address will not be published.