ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପନିର୍ବାଚନ; ନାଁ ଘୋଷଣା ପରେ ଭାବବିହୋଳ ହେଲେ ରୁଦ୍ର ମହାରଥୀ, କହିଲେ ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ

ଭୁବନେଶ୍ବର: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା ପରେ ରୁଦ୍ରପ୍ରତାପ ମହରଥୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟା ଦେବା ବେ ଭାବ ବିହୋଳ ହୋଇଥିବା ଦେଖିବାକୁ ମିଳିଛି।

ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ,  ମାଆ’-ବାପାଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ପିପିଲ ବିଧାନସଭା ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ ହେବାର ସୁଯୋଗ ମିଳିଛି। ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା ରଖିଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ବାପାଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବି। ପିପିଲି-ଡେଲାଙ୍ଗ ମାଟିର ଲୋକଙ୍କ ଅଗ୍ରଗତି ଓ ପ୍ରଗତି ମୋ ପାଇଁ ଗୁରୁତ୍ବ ରହିବ। ମା ଆ’ଙ୍କ ଆଶୀର୍ବାଦ ସବୁବେଳେ ମୋ ସହ ରହିଛି। ବାପା-ମା’ଙ୍କ ବିନା ମୋର କିଛି ଅସ୍ଥିତ୍ବ ନାହିଁ।

ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପିପିଲି ଆସନ । ଏପ୍ରିଲ ୧୭ରେ ନିର୍ବାଚନ ହେବା ନେଇ ପୂର୍ବରୁ ନିର୍ବାଚନ କମିସନ ତାରିଖ ଘୋଷଣା କରିସାରିଛନ୍ତି । ରାଜ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ପିପିଲିରେ ଉପନିର୍ବାଚନ ହେବା ନେଇ ସବିଶେଷ ତର୍ଜମା କରିଛନ୍ତି । କୋଭିଡ ଗାଇଡଲାଇନକୁ କିପରି ପାଳନ କରି ଭୋଟର ମତଦାନ କରିପାରିବେ ସେନେଇ ମଧ୍ୟ ପ୍ରସ୍ତୁତି ସରିଛି ।

Leave A Reply

Your email address will not be published.