ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୁବିନା ‘ବିଗ୍ ବସ -୧୪’

ମୁମ୍ବଇ: ରୁବିନା ଦିଲେକ ଛୋଟ ପରଦାର ଚର୍ଚ୍ଚିତ ରିଅଲିଟି ସୋ’ ’ବିଗ ବସ୍-୧୪’ର ବିଜେତା ହୋଇଛନ୍ତି। ସେ ’ଶକ୍ତି’ ଫେମ୍ ଅଭିନେତା ରାହୁଲ ବୈଦ୍ୟଙ୍କୁ ପଛରେ ପକାଇ ଟାଇଟଲକୁ ନିଜ ନାମରେ ନାମିତ କରିଛନ୍ତି। ତେବେ ବୈଦ୍ୟ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଫ୍ୟାନମାନଙ୍କ ଲାଇଭ ଭୋଟିଂ ପରେ ହୋଷ୍ଟ ସଲମାନ ଖାନ୍ ରବିବାର ରାତିରେ ଏହି ଘୋଷଣା କରିଛନ୍ତି। ରୁବିନା ବିଗ ବସ୍ ଟ୍ରଫି ଏବଂ ୩୬ ଲକ୍ଷ ଟଙ୍କା ନେଇ ଘରକୁ ଫେରିବେ । ଏହି ଅବସରରେ ରୁବିନାକ ପତି ତଥା ଗୃହର ପୂର୍ବତନ ସଦସ୍ୟ ଅଭିନବ ଶୁକ୍ଲା ମଧ୍ୟ ଉପସ୍ଥିତ ଥିଲେ।

ରୁବିନା ଏବଂ ରାହୁଲଙ୍କ ବ୍ୟତୀତ ଅଲି ଗୋନି, ରାକ୍ଷୀ ସାୱାନ୍ତ ଏବଂ ନିକ୍କି ତାମ୍ବୋଲି ଶୀର୍ଷ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସାମିଲ ଥିଲେ। ତେବେ ରାକ୍ଷୀ ୧୪ ଲକ୍ଷ ଟଙ୍କା ନେଇ ଗୃହ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ନିକ୍କି ଏବଂ ଅଲି ଭୋଟିଂ ପର୍ଯ୍ଯାୟରେ ହାରି ଯାଇଥିଲେ। ତେବେ ରୁବିନା ନିଜ ପତି ଅଭିନବଙ୍କ ସହ ବିଗ୍ ବସ୍ ଘରେ ପ୍ରବେଶ କରିଥିଲେ ଏବଂ ସୋ’ରେ ଶେଷ ପର୍ଯ୍ଯନ୍ତ ରହି ବିଜୟୀ ହୋଇଛନ୍ତି।

ଛୋଟ ପରଦାରେ ରୁବିନା ‘ଛୋଟୀ ବୋହୂ’ ଭାବେ ଜଣାଶୁଣା । ସେ ୧୯୮୭ ଅଗଷ୍ଟ ୨୬ରେ ଜନ୍ମଗ୍ରହଣ କରିଥିଲେ। ସେ ୨୦୧୮ରେ ଅଭିନବକୁ ବିବାହ କରିଥିଲେ । ରୁବିନା ଜୀ-ଟିଭି ସିରିୟଲ ’ଛୋଟୀ ବୋହୂ’ ମାଧ୍ୟମରେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଏହା ବ୍ୟତୀତ ’ବନୁ ହେଁ ତେରୀ ଦୁଲହନ୍’, ’ସାତ ଫେରେ ସଲୋନି କା ସଫର’, ’ପବିତ୍ର ରିସ୍ତା’ ଆଦିରେ ବଳିଷ୍ଠ ଅଭିନୟ କରିଛନ୍ତି।

Leave A Reply

Your email address will not be published.