ଚନ୍ଦନଯାତ୍ରା ପାଇଁ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ

ପୁରୀ : ରାଜ୍ୟରେ କରୋନା ସଂକ୍ରମଣ କମିବାର ନା ଧରୁନି । ଆଗକୁ ଆସୁଛି ପୁରୀ ବଡ ଠାକୁରଙ୍କ ଚନ୍ଦନଯାତ୍ରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦନଯାତ୍ରା ଓ ରଥ ନିର୍ମାଣରେ ଜଡିତ ସମସ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ଆରମ୍ଭ ହୋଇଛି । ଆସନ୍ତା ୧୫ରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଠାରୁ ମହାପୁଭ୍ରୁଙ୍କ ବାହାରେ ଚନ୍ଦନ ଯାତ୍ରା ସହ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ସେଥିପାଇଁ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି ।
ଜିଲାପାଳ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଉକ୍ରଳ ହିନ୍ଦୀ ବିଦ୍ୟାପୀଠ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରତିଦିନ ୨୦୦ ସେବାୟତଙ୍କ କରୋନା ଟେଷ୍ଟ କରାଯିବ । ଚନ୍ଦନଯାତ୍ରାରେ ମୋଟ ୧୨୦ ସେବାୟତଙ୍କ ହେବ କୋଭିଡ ଟେଷ୍ଟ ।