ରାହୁଲଙ୍କ ବିସ୍ଫୋରକ ବୟାନ : ଆରଏସଏସ ଓ ଅଜିତ ଡୋଭାଲ ସେନାରେ ଅଗ୍ନିବୀର ଯୋଜନା ଆଣିବାକୁ ବାଧ୍ୟ କରିଥିଲେ

ନୂଆଦିଲ୍ଲୀ : ମଙ୍ଗଳବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶିଳ୍ପପତି ଗୌତମ ଆଦାନୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କେନ୍ଦ୍ରର ଅଗ୍ନିବୀର ଯୋଜନାକୁ କଡ଼ା ଟାର୍ଗେଟ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତ ଯୋଡା ଯାତ୍ରାରୁ ବହୁତ କିଛି ଶିଖିଲି। ଲୋକମାନେ ପଦଯାତ୍ରାରେ ଭାଗ ନେଇ ସେମାନଙ୍କ ଅସୁବିଧା ବାବଦରେ ଅବଗତ କରୁଥିଲେ। ଦେଶରେ ବହୁତ ସମସ୍ୟା ରହିଛି। କିନ୍ତୁ ମୋଦୀ ସରକାର ଏସବୁକୁ ଧ୍ୟାନ ନଦେଇ ନିଜର ସ୍ବାର୍ଥ ହାସଲ କରିଚାଲିଛି।

ଲୋକ ସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଯେତେବେଳେ ଯୁବକଙ୍କୁ ସେମାନଙ୍କ ଚାକିରିକୁ ନେଇ ପ୍ରଶ୍ନ କଲୁ ସେତେବେଳେ ଅଧିକାଂଶ ଯୁବକ କହିଲେ ଆମେ ବେକାର ଆଉ କେତେଜଣ କହିଲେ ଆମେ କ୍ୟାବ ଚଲାଉଛୁ । କୃଷକମାନେ ପିଏମ ଯୋଜନାରେ ଟଙ୍କା ପାଇ ନ ଥିବା କଥା କହିଥିଲେ । ଯେତେବେଳେ ଆଦିବାସୀମାନେ ଆଦିବାସୀ ବିଲ କଥା କହିଲେ ସେତେବେଳେ ତାଙ୍କ ଜମି ଛଡାଇ ନିଆଯାଇଛି । ଲୋକେ ଅଗ୍ନିବୀର ଯୋଜନାକୁ ନେଇ ବି କଥା ହୋଇଥିଲେ । ହେଲେ ଯୁବକମାନେ କହିଥିଲେ ଏହି ସ୍କିମରେ ଆମକୁ ୪ ବର୍ଷ ପରେ ଚାକିରି ଛାଡିବାକୁ କୁହାଯିବ। ଯାହା ପରେ ଆମେ କଣ କରିବୁ। ପୁଣି ବେକାର ହୋଇ ବୁଲିବୁ।

ରାହୁଲ ଗାନ୍ଧୀ କହିଛନ୍ତି, ଅବସରପ୍ରାପ୍ତ ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଅଗ୍ନିବୀର ଯୋଜନା ଆରଏସଏସ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଆସିଛି ସେନାରୁ ନୁହେଁ । ସେମାନେ କହିଛନ୍ତି, ଅଗ୍ନିବୀର ଯୋଜନାକୁ ସେନା ଉପରେ ଥୋପି ଦିଆଯାଇଛି । ସେନାନିବୃତ୍ତ ଅଧିକାରୀମାନେ କହିଛନ୍ତି, ଲୋକଙ୍କୁ ଅସ୍ତ୍ର ଚଲାଇବାର ପ୍ରଶିକ୍ଷଣ ଦିଆଯାଉଛି ଆଉ ପୁଣିଥରେ ସମାଜକୁ ଫେରି ଯିବାକୁ କୁହାଯାଉଛି । ଏହାଦ୍ୱାରା ହିଂସା ଉପୁଜିବ । ସେନା ନିବୃତ୍ତ ଅଧିକାରୀମାନେ ଭାବୁଛନ୍ତି ଯେ ଅଗ୍ନିବୀର ଯୋଜନା ସେନାରୁ ଆସିନାହିଁ ଏନଏସଏ ଅଜିତ ଡୋଭାଲ ସେନା ଉପରେ ଏହି ଯୋଜନାକୁ ଲାଗୁ କରିବାକୁ ବାଧ୍ୟ କରିଥିଲେ । ଯାହା ଫଳରେ ଏଭଳି ଏକ ଯୋଜନା ଆସିଛି। ଯାହା କଦାବି ଆସିବାର ନଥିଲା।

ଭାରତୀୟ ସେନାରେ ଯୋଗଦେଇ ମାଟି ମାର ସେବା କରିବାକୁ ଯୁବକମାନେ ଚାହାନ୍ତି। ସେମାନେ ନିଜ ଜୀବନକୁ ବାଜିରେ ଲାଗାଇଦେଇଥାନ୍ତି। କିନ୍ତୁ ସେମାନଙ୍କୁ ମାତ୍ର  ବର୍ଷ ପରେ ଚାକିରିରୁ ବାହାର କରିବା କଦାପି ଠିକ୍‌ ନୁହେଁ। ଏପରି ଏକ ଯୋଜନା ସେନା ଉପରେ ଭରଷାକୁ କମାଇବ ବୋଲି ରାହୁଲ କହିଛନ୍ତି।

Leave a comment