ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଲାଙ୍କ ଉତ୍ତର ଖାତାରୁ ବାହାରୁଛି ଟଙ୍କା: ଲେଖା ହୋଇଛି ଗୁରୁଜୀ ମୋତେ ଫେଲ୍ କରିବେନି, ଏହା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତାରୁ ବାହାରୁଛି ନୋଟ୍। ଏହି ନୋଟ ମଧ୍ୟରେ ୧୦୦, ୫୦୦ ଓ ୨୦୦୦ ହଜାର ଟଙ୍କା ରହିଛି। ଶିକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଘଟିଥିବା ଜଣାପଡ଼ିଛି। ୭ଦିନର ଖାତା ମୂଲ୍ୟାଙ୍କନ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏଯାବତ ୧୫ହଜାର ଟଙ୍କା ମିଳି ସାରିଥିବା ଖବର ରହିଛି।

ଏହି ନୋଟ ସହ ଲେଖାଯାଇଛି, ଗୁରୁଜୀ ଅଧିକ ପାଠ ଲେଖିନି, ମୋର ଭବିଷ୍ୟତ ଖରାପ କରିବେ ନାହିଁ, ମୋତେ ଫେଲ କରିବେନି, ଏହା ରହିଲା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ, ଭାବୁଛି ଖୁସିରେ ଗ୍ରହଣ କରି‌ବେ।

ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ, ଗଣିତ ଏବଂ ରସାୟନ ବିଜ୍ଞାନର ଉତ୍ତର ସିଟରୁ ଅଧିକ ପରିମାଣର ଟଙ୍କା ମିଳୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହିଛନ୍ତି। ବାରାଣସୀ ଜିଲ୍ଲାରେ ଚାରୋଟି ମୂଲ୍ୟାଙ୍କନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସରକାରୀ କୁଇନ୍ସ ଇଣ୍ଟର କଲେଜ ଏବଂ ପିଏନ ସରକାରୀ ଇଣ୍ଟର କଲେଜରେ ଇଣ୍ଟର ଶିକ୍ଷାର୍ଥୀମାନଙ୍କ ଉତ୍ତର ପୁସ୍ତକ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.