ବାଜ୍ୟାପ୍ତ ହେବ କୁଖ୍ୟାତ ନିଶା ମାଫିଆ ଅନୀଲ ପାଣ୍ଡିର ୨କୋଟିର ସମ୍ପତ୍ତି : ପ୍ରକ୍ରିୟା ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଏସଟିଏଫ

ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନିଲ ପାଣ୍ଡିର ୨କୋଟିି ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଫ୍। ସମ୍ପତ୍ତି ଜବତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ୨ କୋଟିର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ଏନଡ଼ିପିଏସ କୋଲକାତା କମ୍ପିଟେଣ୍ଟ ଅଧିକାରୀଙ୍କୁ ବାଜ୍ୟାପ୍ତ କରିବା ପାଇଁ ଲେଖିଲେ ଏସଟିଏଫ । ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର , ୩୩ଟି ପ୍ଲଟ ଓ ବ୍ୟାଙ୍କ ଡ଼ିପୋଜିଟ୍ । ୨୦୨୧ ମସିହା ଅଗଷ୍ଟ ୧୩ ତାରିଖରେ ୧୦ କୁଇଂଟାଲ ଗଂଜେଇ ସହ ଏକ ଟ୍ରକ ଜବତ ହୋଇଥିଲା । ଖୋଳତାଡ଼ ପରେ ଏଥିରେ ଅନିଲ ପାଣ୍ଡିର ସଂପୃକ୍ତି ଜଣାପଡ଼ିଥିଲା।

ତଦନ୍ତ ପରେ ତାର ୨ କୋଟିର ସମ୍ପତ୍ତି ଠାବ ହୋଇଛି। ଏଥିରେ ୩ମହଲା ବିଶିଷ୍ଟ ବିଳାସ ପୂର୍ଣ୍ଣ ଘର ରହିଛି। ଏଥିରେ ସୁଇମିଂ ପୁଲ ରହିଛି। ଅନିଲର ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଛି। ପୂର୍ତ୍ତ ବିଭାର ଆକଳନ ଅନୁସାରେ ଏହି କୋଠାର ଦାମ ପ୍ରାୟ ଦେଢ କୋଟି ହେବ। ଏହା ଛଡା ତାର ଗୁଜୁରାଟ ଓ ମହାରାଷ୍ଟ୍ରରେ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଅନିଲର ଅପରାଧିକ କାର୍ଯ୍ୟକଳାପ ଓଡିଶାରୁ ଗୁଜୁରାଟ ଯାଏ ଲମ୍ବିଛି। ପୂର୍ବରୁ ତା ଭାଇ ସୁନୀଲ ପାଣ୍ଡିକୁ ଗିରଫ କରିଥିଲା ଗୁଜୁରାଟ ପୁଲିସ। ଅନିଲ ଏବେବି ଫେରାର ରହିଛି। କୋର୍ଟ ତା ନାଁରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି। ତା ସମ୍ପର୍କ ରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଏସଟିଏଫ।

Leave a comment