ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରୁ ଜବତ ହେଲା ୧୧ଲକ୍ଷ ଟଙ୍କାର ବ୍ରାଉନସୁଗର

ପୁରୀ: ପୁରୀ ଏସ୍ଟିଏଫ୍ ଏବଂ ବାସେଳିସାହି ଥାନା ପୁଲିସ ମିଳିତ ଭାବେ ୧୧୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛନ୍ତି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୨ ଜଣ ଆନ୍ଥ ଜିଲ୍ଲା ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଟାଉନ ଗୁରୁଜଙ୍ଗ ଦେୱାନସାହିର ସର୍ବେଶ୍ୱର ବେହେରା ଓରଫ୍ ବାପି (୩୨) ଏବଂ ଅନ୍ୟଜଣେ ନାବାଳକ । ସୋମବାର ବାସେଳିସାହି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡା ।

ସେ କହିଛନ୍ତି ଯେ, ୩୧୬ ନଂ. ଜାତୀୟ ରାଜପଥର ଫ୍ଲୋରିଶ ଇଣ୍ଡିଆ ନିକଟରେ ସେମାନଙ୍କଠାରୁ ୧୧୦ ଗ୍ରାମ୍ ବ୍ରାଉନସୁଗର, ୬ଟି ମୋବାଇଲ ଫୋନ, ୧୧ ହଜାର ଟଙ୍କା, ୨ଟି ବାଇକ୍ ଜବତ କରାଯାଇଛି। ଏ ନେଇ ବାସେଳିସାହି ଥାନରେ ଏକ ମାମଲା (୭୮/୨୨) ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.