ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ- ୨୦୨୧: ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ୍

ଭୁବନେଶ୍ବର: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ପୁଣି ସ୍ଥଗିତ ହେଲା ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚ। ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେପଟେ ବିସିସିଆଇ ପକ୍ଷରୁ ଏହି ମ୍ୟାଚକୁୁ ସ୍ଥଗିତ କରିଦିଆଯାଇଥିବା ସୂଚନା ମିଳିଛି। ଏହି ମ୍ୟାଚ କେବେ ହେବ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଗତକାଲି ସିଏସକେର ସିଇଓ କାଶି ବିଶ୍ୱନାଥ, ବୋଲିଂ କୋଚ ଏଲ ବାଲାଜୀ ଓ ଜଣେ ବସ କ୍ଲିନର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବର୍ତ୍ତମାନ ସମସ୍ତ ଖେଳାଳିଙ୍କୁ ସଙ୍ଗରୋଧରେ ରଖାଯାଇଛି। ତେଣୁ ଏହି ମ୍ୟାଚକୁ ବାତିଲ କରାଯାଇଛି।

Leave A Reply

Your email address will not be published.