ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ବିଧାୟକ

କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର ଦୁର୍ଘଟଣାଗ୍ରସ୍ତ। ପିତିରିରୁ କାମାକ୍ଷାନଗର ଯିବା ରାସ୍ତାରେ କାର ଦୁର୍ଘଟଣାଗ୍ରସ୍ତ। ରାଉରକେଲାରୁ ରାମ ନବମୀର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଦଳୀୟ ମିଟିଙ୍ଗରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା । ଦୁର୍ଘଟଣା ପରେ କାରଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ବାଉଁଶପାଳ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଦୁର୍ଘଟଣା ପରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକଙ୍କ ସହିତ ୩ଜଣ ସହଯୋଗୀ । ସ୍ଥାନୀୟ ଲୋକମାନେ ବିଧାୟକକୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର କରିଥିବା ସୂଚନା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହଯୋଗରେ ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଭୁବନେଶ୍ୱର ଆସିଛନ୍ତି ବିଧାୟକ ।

Leave A Reply

Your email address will not be published.