ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରୁ ଜବତ ହେଲା ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା

କଟକ: କଟକରୁ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ଏହି ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ଲାଗି ପଚା ଅଣ୍ଡାଗୁଡ଼ିକ ଆସିଥିବା କୁହାଯାଉଛି ।

ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳ ଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା । ତେବେ ଏନେଇ ଅଧିକ ଯାଞ୍ଚ କରୁଛନ୍ତି ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ।

ସୂଚନା ଅନୁଯାୟୀ, ପୂର୍ବରୁ କଟକ ଯୋବ୍ରା ଅଂଚଳରେ ଦୁଇଟି ବେକ୍ରୀ ଫ୍ୟାକଟ୍ରି ଉପରେ ଚଢାଉ ବେଳେ ପଚା ଅଣ୍ଡା ସଂପର୍କରେ ଖବର ମିଳିଥିଲା ।

Leave A Reply

Your email address will not be published.