ଲଗାଣ ବର୍ଷା ପ୍ରଭାବରେ ଜୁଡ଼ିଆ ଘାଟିରୁ ଖସିଲା ପଥର, ରାସ୍ତାର ଗୋଟିଏ ପାର୍ଶ୍ୱରେ ଗାଡିମୋଟର ଚଳାଚଳ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ବର୍ଷା ଲାଗି ରହିଛି।ଏହାର ପ୍ରଭାବରେ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଜୁଡ଼ିଆ ଘାଟିରୁ ବଡ଼ବଡ଼ ପଥର ଖସିବାରୁ ରାସ୍ତାରେ ଗୋଟିଏ ପଟେ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଶନିବାର ସକାଳୁ କେନ୍ଦୁଝର ଆଡୁ କାଞ୍ଜିପାଣି ରାସ୍ତାର ଜୁଡ଼ିଆ ଘାଟି ଉପରୁ ଦୁଇଟି ବଡ଼ବଡ଼ ପଥର ରାସ୍ତା ଉପରେ ଖସିପିଡ଼ିଥିଲା। ସେତେବେଳେ ଏଠାରେ କୌଣସି ଗାଡିମୋଟର ଯା ଉନଥିବାରୁ କୌଣସି ଅଘଟଣ ଘଟି ନାହିଁ।କିନ୍ତୁ ଗୋଟିଏ ପଟେ ରାସ୍ତା ବନ୍ଦ ରହିଛି। ଜେସିବି ମେସିନ ସାହାଯ୍ୟରେ ପଥର ଗୁଡିକୁ ହଟାଇବାକୁ କାମ ଚାଲିଛି। ଏନ ଏଚ ଆଇ କର୍ମଚାରୀ ସେଠାରେ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ ଗତ 14 ତାରିଖରେ ମଧ୍ୟ ଲଗାଣ ବର୍ଷା ବେଳେ ଘାଟିରୁ ପଥର ଖସି ଗାଡିମୋଟର ଚଳାଚଳ ପ୍ରଭାବିତ ହୋଇଥିଲା।

Leave a comment