ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୟୂରଭଞ୍ଜ ଜିଲ୍ଲାରେ ସକ୍ରିୟ ହେଉଛନ୍ତି ଡକାୟତ ଗ୍ୟାଙ୍ଗ, ପୁଲିସର ହାତ ଖାଲି

ଯଶିପୁର: ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାରୁ ଗତକାଲି ବିଳମ୍ବିତ ରାତିରେ ସମ୍ମୁଖ ଗେଟ ତାଲା ଭାଙ୍ଗିବାସହ CCTV ଭାଙ୍ଗି ବ୍ୟାଙ୍କ ଭିତରେ ଡ଼କାୟତ ଗ୍ୟାଙ୍ଗ ପ୍ରବେଶ କରିଥିଲେ । ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମର ଜାଲିଗେଟ ମଧ୍ୟ ଭାଙ୍ଗିଥିଲେ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରେ ଚୋରି ହୋଇଛି କି ନାହିଁ ଜଣା ପଡି ନାହିଁ । ତେବେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସିଲାପରେ ହିଁ ଅଧିକ ତଦନ୍ତ ହେବା ସହିତ ଷ୍ଟ୍ରଙ୍ଗରୁମ ଯାଞ୍ଚ ହେବ ବୋଲି ଜଣାପଡିଛି । ବର୍ତ୍ତମାନ ଯଶିପୁର ପୁଲିସର ପ୍ରାଥମିକ ତଦନ୍ତ ଜାରି ରହିଛି ।ତେବେ ଗତ କିଛି ଦିନ ପୂର୍ବରୁ ମୟୂରଭଞ୍ଜ ସମବାୟ ବ୍ୟାଙ୍କ ଯଶିପୁର ଶାଖା ଏବଂ ପୋଷ୍ଟ ଅଫିସରୁ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିଲା । ସେହିପରି ତିନି ପୂର୍ବରୁ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ଗୋଲେଇ ନିକଟରେ ଥିବା ଆୟନ ଟ୍ରେଡ୍ରର୍ସରୁ ପାଞ୍ଚ ଲକ୍ଷ ଟଙ୍କାର ସିଗାରେଟ ସହିତ ଦୁଇ ଲକ୍ଷ ଟଙ୍କା ନଗଦ ଲୁଟି ନେଇଥିଲେ ଦୁର୍ବୁତ୍ତ । ଏ ସବୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସର ହାତ ଖାଲି । ଦିନକୁ ଦିନ ଏପରି ଚୋରି ଡକାୟତି ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ନୂତନ ଏସପି ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.