ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡକାୟତୀ ଉଦ୍ୟମ ପଣ୍ଡ: ୪ ଗିରଫ, ଦେଶୀ ପିସ୍ତଲ ଜବତ

ନୟାଗଡ଼: ନୟାଗଡ଼ ଟାଉନଥାନା ପୁଲିସ ଡକାୟତୀ ଉଦ୍ୟମ ବେଳେ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ ପୁରୁଣାସହରର ଦିପକ ନାୟକ, ଇଟାମାଟି ଥାନା ଲାଠିପଡ଼ାର ସୈାରଭ ନାୟକ, ଧିରଞ୍ଜନ ନାୟକ, ଚିତ୍ତରଞ୍ଜନ ନାୟକ । ଚିତ୍ତରଞ୍ଜନ ଏବଂ ଧିରଞ୍ଜନ ଦୁଇ ଭାଇ ବୋଲି ଜଣାଯାଇଛି। ୪ ଜଣ ଦେବୋତ୍ତର କଲୋନୀରେ ଡକାୟତୀ କରିବା ଉଦେଶ୍ୟରେ ବୁଲୁଥିବା ବେଳେ ପୁଲିସ ହାଡ଼ୁଡ଼ରେ ପଡ଼ିଥିଲେ । ସେମାନଙ୍କ ପାଖରୁ ଗୋଟିଏ ଦେଶୀ ପିସ୍ତଲ, ସ୍କୃଡ୍ରାଇଭର ଏବଂ ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଅଧିକାରିଣୀ ପ୍ରଜ୍ଞା ପାରମିତା ଜେନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.