ଅଗସ୍ତିନୂଆଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା, ଜଣେମୃତ, ପାଞ୍ଚ ଆହତ

ଛତ୍ରପୁର : ଗଞ୍ଜାମ ଥାନା ଅଗସ୍ତିନୁଆଁଗାଁ ଛକ ନିକଟରେ କାର ଦୁର୍ଘଟଣା ଜଣେ ମୃତ୍ୟୁ ପାଞ୍ଚ ଜଣ ଆହତ । ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସି ଫେରୁଥିବା ବେଳେ ଅଗସ୍ତିନୁଆଁଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଏକ ଟ୍ରକ କୁ ଧକା ଦେଇଥିଲା କାର । ଘଟଣା ସ୍ଥଳରେ ଦେବରାଜ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତକୁ ଛତ୍ରପୁର ମେଡିକାଲ ଅଣାଯାଇଛି । ସମସ୍ତେ ଭୁବନେଶ୍ୱର ଆଇଟିଆର ଇଂଜିନିରଙ୍ଗି କଲେଜ ଛାତ୍ର । ଗତକାଲି ବୁଲିବାକୁ ଆସିଥିଲେ ଗୋପାଳପୁର । ଆଜି ସକାଳୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗଞ୍ଜାମ ପୋଲିସ ତଦନ୍ତ ଜାରି ରଖିଛି । ଆହାତ ମାନେ ହେଲେ ସୁରଜ କୁମାର ମହନ୍ତ, ସର୍ଭେସ ମହନ୍ତ, ସନୱାଜ, ଅର୍କ ସରକାର, କୁମାର ଜନ୍ମଜୟ ।

Leave a comment