ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହାଇୱା ଧକ୍କାରେ ଦମ୍ପତ୍ତି ମୃତ, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଥାନାରେ କଲା ଆତ୍ମସମର୍ପଣ

ବଲାଙ୍ଗୀର: ହାଇୱା ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ବଲାଙ୍ଗୀର ଜିଲ୍ଲା ସଦର ଥାନା ସିନ୍ ଖମନ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକ ଏକତାରା ଗାଁର ପ୍ରେମାନନ୍ଦ ସାହୁ ଓ ପ୍ରତିମା ସାହୁ ।

ସୂଚନାନୁଯାୟୀ, ଏମ୍ ରାମପୁର ବ୍ଳକ ଏକତାରା ଗାଁର ପ୍ରତିମା ସାହୁ ଭାଇଜୀଉଁତିଆ ପାଇଁ ବଲାଙ୍ଗୀର ଆସିଥଲେ । ଆଜି ସେ ସ୍ଵାମୀ ପ୍ରଦୀପଙ୍କ ସହ ଫେରିବା ବାଟରେ ସିନ୍ ଖମନ ଛକରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ଘଟାଇଥିବା ହାଇୱା ଡ୍ରାଇଭର ଦେଓଗାଁ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.