ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଳହେଉଛି ଚଳନ୍ତା ଗାଡ଼ିରେ ମୋବାଇଲ୍‌ ବ୍ୟବହାର; ବର୍ଷକରେ ୨୯୭ ଦୁର୍ଘଟଣା, ୧୨୦ ମୃତ

ଭୁବନେଶ୍ୱର: ୨୦୨୦ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗାଡ଼ି ଚଳାଇବା ସମୟରେ ଫୋନ୍‍ ବ୍ୟବହାର ହେତୁ ୨୯୭ଟି ଦୁର୍ଘଟଣା ଘଟିଛି। ଏଥିରେ ୧୨୦ଜଣଙ୍କ ଜୀବନ ଚାଲିଯାଇଛି। ଏମିତିକି ମୋବାଇଲ ଫୋନ୍‍ରେ ଗପି ଅନ୍ୟ ମନସ୍କ ଯୋଗୁଁ ଦୁର୍ଘଟଣା ଘଟି ପୂରା ପରିବାରର ଜୀବନ ଦୀପ ଲିଭିଯାଇଛି। ସେହିପରି ୨୦୨୧ରେ ଗାଡ଼ି ଚଳାଇବା ସମୟରେ ୪୦୦ରୁ ଊର୍ଦ୍ଧ୍ବ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦ ପାର୍‍ କରିଛି। ଚଳିତବର୍ଷ ଆରମ୍ଭରୁ ବି ମୋବାଇଲ ଫୋନ୍‍ରେ ଗପି ଦୁର୍ଘଟଣା ହୋଇଛି। ପ୍ରତିବର୍ଷ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର ଯୋଗୁଁ ଦୁର୍ଘଟଣା ହାର ବଢ଼଼ି ବଢ଼଼ି ଚାଲିଛି। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର ନ କରିବା ଲାଗି ପୁଲିସ ଓ ପରିବହନ ବିଭାଗ ବ୍ୟାପକ ସଚେତନତା କରିବା ସହ ଜରିମାନା ଆଦାୟ କରାଯାଉଛି। କିନ୍ତୁ ଗାଡ଼ି ଚାଳକ ଚେତୁ ନାହାନ୍ତି। ଏଥିପାଇଁ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର ନ କରିବାକୁ ଟୁଇଟ୍‍ କରି ସତର୍କ କରିଛି ପରିବହନ ବିଭାଗ।

ସେପଟେ ରାଜଧାନୀରେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର କଲେ, ଚାଳକଙ୍କ ଠାରୁ ୫୦୦ ଟଙ୍କାରୁ ୫ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବ ପୁଲିସ। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ୍‍ ବ୍ୟବହାର, କାନରେ ଇୟରଫୋନ୍‍ ଦେଇ ଗୀତ ଶୁଣିବା ବା କଥା ହେବ, ଭିଡିଓ ଓ ଫଟୋ ଉଠାଇବା ଆଦି ଭଳି ନିୟମ ଭାଙ୍ଗିଲେ ଜରିମାନା ଗଣିବେ ଗାଡ଼ି ଚାଳକ। ଏହିମର୍ମରେ ଗତ ୬ମାସରେ ଭୁବନେଶ୍ୱରରୁ ୧୫୪୦ଜଣ ମୋବାଇଲ ଫୋନ୍‍ ବ୍ୟବହାର କରି ଧରାପଡ଼ିଛନ୍ତି। ସେଭଳି ୯୧୩ଜଣଙ୍କ ଲାଇସେନ୍ସ ବାତିଲ କରାଯିବା ସହ ଆଉ କିଛି ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ନିଷେଧ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି କମିସନରେଟ ପୁଲିସ।

Leave A Reply

Your email address will not be published.