ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରସ୍ରୋତା କାଣୀ ନଦୀରେ ଉତ୍ପାତ କଲା କୁମ୍ଭୀର; ନଦୀକୂଳିଆବାସୀ ଆତଙ୍କିତ

କଣ୍ଡିଆହାଟ:ଖରସ୍ରୋତା ଓ କାଣୀ ନଦୀର ନମତରା , ପଦନିପାଳ ଓ ଦଇତାରିପୁର ଗାଁ ନିକଟରେ ଗୋଟିଏ ବଡ କୁମ୍ଭୀର ଉତ୍ପାତ କରୁଛି । ଲୋକେ ଭୟରେ ଆତଙ୍କିତ ହୋଇ ପଡିଛନ୍ତି । ତେବେ ସେ ଏକ ଜଙ୍ଗଲିଆ ସ୍ଥାନରେ ରହୁଥିବା ଜଣା ପଡିଛି । କୁମ୍ଭୀରକୁ ଦେଖି ଲୋକେ ଭୟରେ ନଦୀକୁ ଗାଧୋଇବାକୁ ଯାଉ ନାହାଁନ୍ତି । ଖରସ୍ରୋତା ନଦୀର ଚରପଡା , କଣ୍ଡିଆ, ନମତରା , ଦେଉଳତରା , ଠାକୁରାଣୀପାଳରେ ଦେଖିବାକୁ ମିଳୁଛି । ତେବେ ଭିତର କନିକାରୁ ଏହି କୁମ୍ଭୀର ମାଛ ଖାଇବା ପାଇଁ ପଳାଇ ଆସିଥିବା ଜଣା ପଡିଛି। ଏହି କୁମ୍ଭୀର ୯ ଫୁଟ ଲମ୍ବା ହୋଇ ଥିବା ଜଣା ପଡିଛି । ଭୟରେ ଗୋରୁ ଗାଇ ନଦୀ କୂଳକୁ ଲୋକେ ଛାଡୁ ନାହାଁନ୍ତି । ଏ ସମ୍ପର୍କରେ କନିକା ବନ ବିଭାଗର ରେଂଜ ଅଫିସର ପ୍ରଶାନ୍ତକୁମାର ସିଂ କୁ ଜଣାଇ ଦିଆଯାଇଛି । ତେଣୁ ତୁରନ୍ତ ରାଜନଗର ଡି.ଏଫ.ଓ କୁମ୍ଭୀର ଟିକୁ ଭିତରକନିକା ନେଇ ଯିବାକୁ ନଦୀ କୂଳବାସି ଦାବି କରିଛନ୍ତି ।

Leave A Reply

Your email address will not be published.