ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଦିନିଆ ବର୍ଷାରେ ତିନି ନଦୀର ଜଳସ୍ତର ବୃଦ୍ଧି, ଧୋଇଗଲା ଡ଼ାଇଭର୍ସନ ପୋଲ

ବେଲଗୁଣ୍ଠା/ଭଞ୍ଜନଗର: ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଲକରେ ପ୍ରବାହିତ ବଡ଼ନଦୀ, ବୋଡ଼ା ନଦୀ ଏବଂ ଲୋହରା ଖଣ୍ଡି ନଦୀରେ ଜଳସ୍ତର ବଢ଼଼ି ଚାଲିଛି। କିଛି ଦିନ ହେବ ନଦୀଗୁଡ଼ିକ ଶୁଖିଲା ପଡ଼ିଥିବା ବେଳେ ହଠାତ୍‍ ବର୍ଷା ଯୋଗୁଁ ଏଥିରେ ମାତ୍ରାଧିକ ଜଳ ଆସିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ପ୍ରକାରେ ବୋଡ଼ା ନଦୀରେ ସର୍ବାଧିକ ଜଳ ଆସି ଆଜି ସକାଳେ ନିର୍ମାଣାଧୀନ ଚଢିଆପଲ୍ଲୀ ସେତୁ ନିକଟସ୍ଥ ଡ଼ାଇଭର୍ସନ ପୋଲ ଉପରେ ପ୍ରବାହିତ ହେବା ଯୋଗୁଁ ବେଲଗୁଣ୍ଠା ଏବଂ ବାଲିପଦର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଅପରାହ୍ଣରେ ଜଳ ସ୍ତର ଟିକେ କମିଥିଲେ ମଧ୍ୟ ଏହି ରାସ୍ତା ଦେଇ ମୋଟରସାଇକେଲ୍‍ ବ୍ୟତୀତ ଅନ୍ୟ କୌଣସି ବଡ଼ ଗାଡ଼ି ଯାଇପାରିନଥିଲା। ପ୍ରକାଶ ଥାଉକି ଏହି ପୋଲଟି ଦୀର୍ଘଦିନ ହେବ ନିର୍ମାଣାଧୀନ ଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି। ଫଳରେ ଅଳ୍ପ ବର୍ଷା ହେଲେ ମଧ୍ୟ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପୋଲଟିର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଅଞ୍ଚଳବାସୀ ବାରମ୍ୱାର ଦାବି କରିଆସୁଛନ୍ତି।

Leave A Reply

Your email address will not be published.