ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢୁଛି ତାତି : ଏସି ମୂଲ୍ୟ ୪% ବଢ଼ିବ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ଗରମ ପଡ଼ୁଥିବାରୁ ଏୟାର କଣ୍ଡିସନର (ଏସି) ବିକ୍ରିରେ ବେଶ ବୃଦ୍ଧି ହୋଇଛି। କେବଳ ଏପ୍ରିଲ ମାସରେ ବଜାରରେ ୧୭.୫ ଲକ୍ଷ ଏସି ବିକ୍ରି ହୋଇଛି। ହ୍ୱାଇଟ ଗୁଡ୍ସ ଉପରେ ନଜର ରଖୁଥିବା ସଂଗଠନ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆପ୍ଲାଏନ୍ସେସ୍ ମାନୁଫ୍ୟାକ୍ଚରର୍ସ ଆସୋସିଏସନ୍(ସିଇଏମ୍‌ଏ) ଏ ନେଇ ସୂଚନା ଦେଇଛି। ୨୦୨୨ରେ ଏସି ବିକ୍ରି ୯୦ ଲକ୍ଷ ପାର କରିବ ବୋଲି ସିଇଏମ୍‌ଏ କହିଛି। ତେବେ କେବଳ ଏପ୍ରିଲ ମାସରେ ଏତେ ସଂଖ୍ୟାରେ ଏସି ବିକ୍ରି ହେବା ସବୁଠାରୁ ବଡ଼ ରେକର୍ଡ।  ତେବେ ଆଗାମୀ ଦିନରେ ବଜାରୀରେ ଏସି ମୂଲ୍ୟରେ ପାଖାପାଖୀ ୪% ବୃଦ୍ଧି ଘଟିପାରେ।

ଦିନକୁ ଦିନ ତାପମାତ୍ରା ବଢ଼ୁଥିବାବେଳେ ଆଗକୁ ଏସି ଚାହିଦା ଆହୁରି ବଢ଼ିବ। ହେଲେ କିଛି ସାମଗ୍ରୀର ଅଭାବ ଯୋଗୁ କମ୍ପାନୀମାନେ ଗ୍ରାହକଙ୍କ ଚାହିଦା ପୂରା କରିବାରେ ଅସମର୍ଥ ହୋଇପାରନ୍ତି ବୋଲି ସିଇଏମ୍‌ଏ କହିଛି। ଏହାଛଡା ଆଗାମୀ ଦିନରେ ଏସି ମୂଲ୍ୟ ୨-୪ ପ୍ରତିଶତ ବୃଦ୍ଧି ହୋଇପାରେ। ସୂଚନା ଥାଉ କି, ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍ ଅଞ୍ଚଳରେ ଏବେ ତାପମାତ୍ରା ୪୬ ଡିଗ୍ରୀ ପହଞ୍ଚିପାରେ। ତେବେ ରାଜସ୍ଥାନର କିଛି ଅଞ୍ଚଳରେ ପାରଦ ୪୭ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ହୋଇସାରିଛି।  ଆଗକୁ ଚାହିଦା ପୂରଣ କରିବାରେ ଥିବା ସମସ୍ୟାକୁ ନେଇ ସିଇଏମ୍‌ଏ ଅଧ୍ୟକ୍ଷ ଏରିକ ବ୍ରେଗାଞ୍ଜା କହିଛନ୍ତି ଯେ ଅଧିକ ବିଜୁଳି ଉପଯୋଗ କରୁଥିବା ୫ଷ୍ଟାର ଏସିକୁ ନେଇ ଅଧିକ ସମସ୍ୟା ରହିଛି।

କାରଣ ଏହାର ଚାହିଦା ସବୁଠାରୁ ଅଧିକ ରହୁଥିବାରୁ ଏଥିରେ ବ୍ୟବହାର ହେଉଥିବା କଣ୍ଟ୍ରୋଲର, କମ୍ପ୍ରେସର ଭଲି ଉପକରଣରର ଏବେ ବଜାରରେ ଅଭାବ ରହିଛି। ଏପ୍ରିଲ୍‌ରେ ଯେଉଁ ୧୭.୫ ଲକ୍ଷ ଏସି ବିକ୍ରି ହୋଇଛି ତାହା କେବଳ ଘରେ ବ୍ୟବହାର ପାଇଁ ହୋଇଛି। ହିସାବକୁ ଦେଖିଲେ ଗତବର୍ଷ ଏପ୍ରିଲ୍‌ମାସ ଠାରୁ ଚଳିତବର୍ଷ ଦୁଇଗୁଣା ଅଧିକ ଏସି ବିକ୍ରି ହୋଇଛି। ସେହିପରି ୨୦୧୯ ବର୍ଷ ଏପ୍ରିଲ ମାସକୁ ଦେଖିଲେ ଏସି ବିକ୍ରିରେ ୩୦-୩୫ ପ୍ରତିଶତ ଅଭିବୃଦ୍ଧି ଘଟିଛି। ତେବେ ଭୋଲ୍‌ଟାସ୍, ପାନାସୋନିକ, ହିଟାଚୀ, ଏଲ୍‌ଜି ଏବଂ ହାୟର ଭଳି କମ୍ପାନୀର ଏସି ଅଧିକ ବିକ୍ରି ହୋଇଛି।

Leave A Reply

Your email address will not be published.