ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନାରୁ ସୁରକ୍ଷା ଦେବ ଚାଉଳ!

ରାୟପୁର: ପୁଣିଥରେ ସାରା ବିଶ୍ବରେ କରୋନା ଭାଇରସର ପ୍ରକୋପ ବଢି ବଢି ଚାଲିଛି। ଏଭଳି ସମୟରେ ଏକ ଭଲ ଖବର ଆସିଛି। ଛତିଶଗଡ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର କିସମର ଚାଉଳ ପ୍ରସ୍ତୁତ କରିଛନ୍ତି ଯାହା ମନୁଷ୍ୟକୁ କରୋନା ଦାଉରୁ ସୁରକ୍ଷା ଦେବ। ଏହା ସହିତ ଯଦି କରୋନା ହୋଇଯାଏ ତେବେ ଏହି ଚାଉଳରେ ପ୍ରସ୍ତୁତ ଭାତ ଖାଇଲେ ଜିଙ୍କ, ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ ମିଳିବ। ଫଳରେ ଔଷଧ ସେବନ କରିବାକୁ ପଡିବ ନାହିଁ।

ରାୟପୁରର ଇନ୍ଦିରା ଗାନ୍ଧୀ କୃଷି ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଏହି ଧାନର ଅଲଗା ଅଲଗା କିସମକୁ ଦେଶର ଅନ୍ୟ ଗବେଷଣା ପ୍ରତିଷ୍ଠାନଗୁଡିକ ପ୍ରଶଂସା କରିଛନ୍ତି। ଏହି ଧାନର ନାମ ଜିଙ୍କୋ ରାଇସ ଏମଏସ, ଛତିଶଗଡ ଜିଙ୍କ ରାଇସ ୱାନ ରଖାଯାଇଛି। ଏହା କରୋନାରୁ ରକ୍ଷା କରିବା ସହିତ ଜିଙ୍କ, ମଲ୍ଟି ଭିଟାମିନ୍ ଏବଂ ପ୍ରୋଟିନ ଆଦିର ଅଭାବକୁ ପୂରଣ କରିବ।

ଏହି ଚାଉଳ ପ୍ରସ୍ତୁତ କରିଥିବା ଟିମର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଗୀରିଶ ଚନ୍ଦେଲ ଦାବି କରିଛନ୍ତି ଯେ ଏହି ଚାଉଳକୁ କରୋନା ରୋଗୀଙ୍କ ପାଇଁ ପ୍ରମୁଖ ଔଷଧ ଭାବେ ବ୍ୟବହାର କରାଯାଇପାରିବ। ଏହାକୁ ଖାଇଲେ ଲୋକଙ୍କ ପ୍ରତିରୋଧି କ୍ଷମତା ବଢିଯିବ, ଯାହାଦ୍ବାରା ସେମାନେ ସଂକ୍ରମିତ ହେବାରୁ ରକ୍ଷା ପାଇଯିବେ। ଯଦି ସେମାନେ ଭାଇରସ ସଂସ୍ପର୍ଶରେ ଆସିଥିବେ ତେବେ ସବୁଠାରୁ କମ ପ୍ରଭାବିତ ହେବେ। ୨୦ ବର୍ଷ ପର୍ଯ୍ୟନ୍ତ ଗବେଷଣା କରିବା ପରେ ଧାନର ଚାରୋଟି କିସମ ପ୍ରସ୍ତୁତ କରାଯାଇଛି। ଏଥିରେ ଜିଙ୍କ, ମଲ୍ଟି ଭିଟାମିନ ଏବଂ ପ୍ରୋଟିନ ରହିଛି। ବିଶେଷକରି କରୋନାକୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଜିଙ୍କପ୍ରଚୁର ମାତ୍ରାରେ ରହିଛି। କରୋନାରେ ପ୍ରତିରୋଧୀ କ୍ଷମତା ବୃଦ୍ଧି କରିବାରେ ଏହା ପ୍ରମୁଖ ମାଧ୍ୟମ ହେବ ବୋଲି ଡ. ଚନ୍ଦେଲ କହିଛନ୍ତି।

Leave A Reply

Your email address will not be published.