ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଟି କମ୍ପାନୀ ପରେ ଏବେ ମିଡିଆ ସଂସ୍ଥାକୁ ମାନ୍ଦାବସ୍ଥା ଭୟ, ବଡ଼ ଗଣମାଧ୍ୟମ ସଂସ୍ଥା ଆରମ୍ଭ କଲେ କର୍ମଚାରୀ ଛଟେଇ

ନୂଆଦିଲ୍ଲୀ : ବିଶ୍ବର ବଡ଼ ପ୍ରତିଷ୍ଠିତ ଆଇଟି କମ୍ପାନୀ ଗୁଡିକ ମାନ୍ଦାବସ୍ଥାକୁ ଭୟ କରି କର୍ମଚାରୀ ଛଟେଇ ଜାରିରଖିଛନ୍ତି। ୨୦୨୨ରେ କିଛି କମ୍ପାନୀ ଛଟେଇ କରିଥିବା ବେଳେ ୨୦୨୩ ବର୍ଷ ଆରମ୍ଭରୁ ବିଶ୍ବ ସ୍ତରରେ ପ୍ରତିଷ୍ଠିତ ଆଇଟି ସଂସ୍ଥାମାନେ ବଡ଼ ଧରଣର କର୍ମଚାରୀ ଅପସାରରଣ ପ୍ରକ୍ରିୟା ଜାରି ରଖିଛନ୍ତି। ବର୍ଷର ପ୍ରଥମ ମାସରେ ମାଇକ୍ରୋସଫ୍ଟ, ଆମାଜନ୍‌, ଟ୍ୱିଟର, ଡୁନ୍‌ଜୋ ଓ ଓଲା ଭଳି କମ୍ପାନୀ ବଡ଼ ଧରଣର କର୍ମଚାରୀ ଛଟେଇ ଘୋଷଣା କରିଥିବା ବେଳେ ଏବେ ଗତ ଦୁଇ ଦିନ ତଳେ ବିଶ୍ବର ଅନ୍ୟତମ ପ୍ରମୁଖ ଟେକ୍ନୋଲୋଜୀ କମ୍ପାନୀ ଗୁଗୁଲ୍ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ଦେଇଛି। ବଡ଼ ବଡ଼ ଆଇଟି ସଂସ୍ଥାଗୁଡିକ କର୍ମଚାରୀ ଛଟେଇର ସଂଖ୍ୟା ଦେଖି ୨୦୨୩ ଛଟେଇର ବର୍ଷ ହେବ ବୋଲି ଗଣମାଧ୍ୟମ ଆକଳନ କରୁଥିବା ବେଳେ ଏବେ ସେହି ଗଣମାଧ୍ୟମ କର୍ମଚାରୀଙ୍କ ଉପରେ ମଧ୍ୟ ଛଟେଇର ଖଣ୍ଡା ଝୁଲିଛି।

ବିଶ୍ବର ବଡ଼ ଆଇଟି ସଂସ୍ଥା କର୍ମଚାରୀ ଛଟେଇ କରୁଥିବା ବେଳେ ଏବେ ବିଶ୍ବର ସବୁଠୁ ବିକଶିତ ଦେଶ ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା କର୍ମଚାରୀ ଛଟେଇ କରିବା ଆରମ୍ଭ କରିଛି। ସିଏନଏନରୁ ଆରମ୍ଭ କରି ୱାସିଂଟନ ପୋଷ୍ଟ ପର୍ଯ୍ୟନ୍ତ ଗଣମାଧ୍ୟମମାନେ ଏବେ ଆର୍ଥିକ ସଂକଟରେ ସମ୍ମୁଖୀନ ହେଉଛନ୍ତି । ବକ୍ସ ମିଡିଆ, ଦ ୱର୍ଜ ୱେବସାଇଟ ସହିତ ନ୍ୟୁୟର୍କ ମାଗାଜିନ ଓ ଏହାର ଅନଲାଇନ ପ୍ଲାଟଫର୍ମ ମାଲିକ ଶୁକ୍ରବାର ଦିନ ଘୋଷଣା କରିଛନ୍ତି କି, ସେମାନଙ୍କ ପାଖରେ କାମ କରୁଥିବା ମୋଟ କର୍ମଚାରୀରୁ ୭ପ୍ରତିଶତ କର୍ମଚାରୀ ଛଟେଇ କରିବାକୁ ଯାଉଛନ୍ତି । ଏହାସହ ସିଏନଏନ, ଏନବିସି ଓ ଏମଏସଏନବିସି ଭଳି ଗଣମାଧ୍ୟମମାନେ ମଧ୍ୟ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଛନ୍ତି ।

ଆର୍ଥିକ ସ୍ତରରେ ସାମ୍ପ୍ରତିକ ଆହ୍ବାନ ଏବଂ ଅସ୍ଥିରତା ହେତୁ ଆମେରିକୀୟ ଗଣମାଧ୍ୟମ କଠିନ ସମୟ ଦେଇ ଗତି କରୁଛି। ଏହି ସମୟରେ, ସିଏନ୍ଏନ୍ ଠାରୁ ୱାଶିଂଟନ୍ ପୋଷ୍ଟ ପର୍ଯ୍ୟନ୍ତ ସଂଗଠନଗୁଡିକରେ ଛଟେଇ ଘୋଷଣା କରାଯାଇଛି।ଶୁକ୍ରବାର ଦିନ ବକ୍ସ ମିଡିଆର ସିଇଓ ଜେମ ବୈଫେଫ୍ ଘୋଷଣା କରିଥିଲେ କି କମ୍ପାନୀ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି । ଏହି ଚ୍ୟାଲେଞ୍ଜପୂର୍ଣ୍ଣ ଆର୍ଥିକ ବାତାବରଣ କାରଣରୁ କମ୍ପାନୀରେ କାମ କରୁଥିବା ମୋଟ ୧୯୦୦ କର୍ମଚାରୀଙ୍କ ମଧ୍ୟରୁ ୧୩୦ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ଭକ୍ସ ମିଡିଆ ପରି, ୱାଶିଂଟନ୍ ପୋଷ୍ଟର କର୍ମଚାରୀଙ୍କ ଉପରେ ଛଟେଇର ଖଣ୍ଡା ଝୁଲୁଛି।  କମ୍ପାନୀର ସିଇଓ ଫ୍ରେଡ ରିଆନ ଗତ ମାସରେ କହିଥିଲେ ଯେ ଅନେକ ପଦବୀରେ କର୍ମଚାରୀ ଛଟେଇ କରାଯିବ।  ପ୍ରାୟ ୨୫୦୦ ସାମ୍ବାଦିକ ଛଟେଇ ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି।  କିଛି ମାସ ପୂର୍ବେ, CNN ମଧ୍ୟ ଏହାର କିଛି କର୍ମଚାରୀଙ୍କୁ ଛଟେଇ କରିଛି। ତେବେ କମ୍ପାନୀ ପକ୍ଷରୁ କେତେ କର୍ମଚାରୀ ଛଟେଇ କରାଯାଇଛି ତାହା ସଠିକ ଭାବେ କୁହାଯାଇନାହିଁ।

Leave A Reply

Your email address will not be published.