ପୂରଣ ହେବ ଦୀର୍ଘ ଦିନର ଦାବି, ବଢ଼ିବ ଅଧ୍ୟାପକଙ୍କ ଅବସର ବୟସସୀମା

ଭୁବନେଶ୍ୱର : ଦୀର୍ଘ ଦିନର ଦାବି ପୂରଣ ହେବ। ବଢ଼ିବ ଅଧ୍ୟାପକଙ୍କ ଅବସର ବୟସସୀମା। ଏଣିକି ଉଭୟ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ କାର୍ଯ୍ୟରତ ଅଧ୍ୟାପକ ୬୨ ବର୍ଷ ଯାଏଁ କାର୍ଯ୍ୟ କରିବେ। ପୂର୍ବରୁ ଅବସରକାଳୀନ ବୟସ ସୀମା ୬୦ ଥିବାବେଳେ ଏହାକୁ ୬୨ ବର୍ଷକୁ ବୃଦ୍ଧି କରିବା ପାଇଁ ଦୀର୍ଘ ଦିନରୁ ଦାବି ହେଉଥିଲା। ତେବେ ସରକାରୀ ସ୍ତରରେ ଏନେଇ ଅନୁମୋଦନ ମିଳିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଖୁବଶିଘ୍ର ପ୍ରକାଶ ପାଇବ।

ସରକାରୀ ଓ ବେସକାରୀ ଡିଗ୍ରୀ କଲେଜଗୁଡ଼ିକର ଅଧ୍ୟାପକମାନେ ଏଣିକି ୬୨ ବର୍ଷ ଯାଏଁ ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିବେ। ଶିକ୍ଷାବିତ୍‍ଙ୍କ କହିବା ଅନୁଯାୟୀ ଅବସର ବୟସସୀମା ବୃଦ୍ଧି କରାଗଲେ ଅଭିଜ୍ଞ ଶିକ୍ଷକଙ୍କ ଅଭିଜ୍ଞତା ଶିକ୍ଷାନୁଷ୍ଠାନଗୁଡ଼ିକରେ କାର୍ଯ୍ୟାନ୍ୱୟନ ହେବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା କର୍ମଚାରୀ ପଦ ନେଇ ସମସ୍ୟା ହେବ ନାହିଁ। କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସରକାଳୀନ ବୟସସୀମା ୬୨ବର୍ଷ ରହିଥିବାବେଳେ ରାଜ୍ୟ ସରକାର ବୟସ ବୃଦ୍ଧି କଲେ କୌଣସି ସମସ୍ୟା ହେବ ନାହିଁ ବୋଲି ଶିକ୍ଷାବିତ୍‍ ଦର୍ଶାଇଛନ୍ତି।

Leave a comment