ଅବସରପ୍ରାପ୍ତ ଶିକ୍ଷକଙ୍କୁ କାର ସହିତ କରୁଥିଲେ ଅପହରଣ, ଦୁର୍ଘଟଣା ବିଗାଡିଦେଲା ସବୁ ପ୍ଲାନ୍‌

ତେଲକୋଇ :  ତେଲକୋଇ ଥାନା ଅଧୀନ ଶିବନାରାୟଣପୁର ଗୋଡ଼ା ପଞ୍ଚାୟତ ଅଧୀନ କାମଳାଙ୍ଗ ଗାଁର ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁଙ୍କୁ ତାଙ୍କ କାର ସହିତ ମାରଣାସ୍ତ୍ର ଦେଖାଇ ଅପହରଣ ଉଦ୍ୟମ କରାଯାଉ ଥିବାବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ନୂଆଡ଼ିହ ଛକ ପାଖରେ କିଛି ଲୋକ ଅପହରଣ କାରିଙ୍କୁ କାବୁ କରି ପୁଲିସ ଜିମା ଦେଇଥିବା ଜଣା ପଡ଼ିଛି ।  ରବୀନ୍ଦ୍ର ସାହୁ ଝାରସୁଗୁଡାରେ ଥିବା ତାଙ୍କ ପୁଅ ପାଖରୁ ଘରକୁ ଫେରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି । ଦେବଗଡ଼ ଜିଲ୍ଲା ବାରକୋଟ ଥାନା କଲା ନିକଟସ୍ଥ  ୪୯ନଂ ଜାତୀୟ ରାଜପଥ ଟୋଲ ଗେଟ ପାଖରେ ପରିଶ୍ରା କରିବା ପାଇଁ ଗାଡି ରୁ ଓଲ୍ହାଇ ଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ପଲସର ବାଇକରେ ଆସି ତାଙ୍କୁ କାବୁ କରିଥିଲେ।ଦୁଇ ଜଣ ରବୀନ୍ଦ୍ରଙ୍କୁ ମାରଣାସ୍ତ୍ର ଦେଖାଇ  କାରରେ ବସାଇ ଅପହରଣ କରିଥିଲେ। ଦୁର୍ବୁତ୍ତ ମାନେ ଭୁଜାଲି ଓ ପିସ୍ତଲ ଧରିଥିଲେ। ପିସ୍ତଲ ରେ ରବୀନ୍ଦ୍ରଙ୍କ ମୁଣ୍ଡକୁ ଆଘାତ କରିଥିଲେ।
ତେବେ ଅବସର ପ୍ରାପ୍ତ ଶିକ୍ଷକ ରବୀନ୍ଦ୍ରଙ୍କୁ ଅପହରଣ କାରି କାର ରେ ନେଉଥିଲା ବେଳେ ପାଲଲହଡା ନିକଟ କଲେଜ ଛକ ପାଖରେ ଜଣେ ବାଇକ ଆରୋହୀଙ୍କୁ କାରରେ ଦୁର୍ଘଟଣା ଘଟାଇଥିଲେ  ଏବଂ ସେଠାରୁ ଚଂପଟ୍ ମାରିଥିଲେ । ଦୁର୍ଘଟଣା ଘଟିବା ପରେ କିଛି ଯୁବକ ଏଇ ଦୁର୍ବୁତ୍ତଙ୍କୁ ପିଛା କରିଥିଲେ। ସେତେବେଳେ ଅପହରଣ କାରର ଆଗ ଚକା ଫାଟି ଯାଇଥିଲା। କିନ୍ତୁ ସେହି ଫଟା ଛକରେ ଦୁର୍ବୃତ୍ତ ମାନେ କାରକୁ ଆଣି ତେଲକୋଇ ଥାନା ଅଧୀନ ନୂଆଡିହ ଛକ ସ୍ଥିତ ଏକ ପୋଖରୀ ପାଖରେ ରଖି ଟାୟାର ବଦଳାଉଥିଲା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ଘଟଣା ଘଟାଇ ପଳାଇଯାଉଥିବା ପାଇଁ ସ୍ଥାନୀୟ ଲୋକ ଦୁର୍ବୁତ୍ତଙ୍କୁ ଧରି ମାରଧର କରୁଥିବା ସମୟରେ ଘଟଣା ବିଷୟରେ ଜାଣାପଡିଥିଲା। ଅପହରଣ ହୋଇଥିବା ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ସାହୁ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ଲୋକେ ଦୁର୍ବୁତ୍ତଙ୍କୁ ବହେ ମାଡ ମାରିବା ସହ ପୁଲିସରେ ଦେଇଥିଲେ।
ପୁଲିସ କାରରୁ ଏକ ଭୁଜାଲି ଜବଦ କରିଥିବା ବେଳେ  ବନ୍ଧୁକ ମିଳି ପାରିନାହିଁ ।  ଅନ୍ୟ ଜଣେ ଦୁର୍ବୁତ୍ତ ଫେରାର ହୋଇଯାଇଛି । ଅଟକ ଦୁଇ ଜଣ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ବୋଲି ପୁଲିସ୍ ସୂଚନା ଦେଇଛି । ସେମାନେ ହେଲେ ତାଳଚେର  ସଦର ଥାନା ଅଞ୍ଚଳର ଆଶିଷ ନାଏକ( ଲିଟୁନ(୧୯) )ଓ ବିଶ୍ୱଜିତ ସାହୁ (ବବଲୁ(୨୫) । ଘଟଣାକୁ ନେଇ ପୁଲିସ୍ ଅଧିକ ତଦନ୍ତ ଚଳାଇଛି ।
Leave a comment