ଭିଜିଲାନ୍ସ ଜାଲରେ ଉଠା ଜଳସେଚନ ନିଗମର ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ, ନେଉଥିଲେ ୩୦୦୦ ଟଙ୍କା ଲାଞ୍ଚ

ଭୁବନେଶ୍ୱର: ତିନି ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ। ମୃତ ବ୍ୟକ୍ତିଙ୍କ ଇପିଏଫ୍ ଫାଇଲ୍ ପ୍ରୋସେସିଂ କରାଇ ଦେବାରେ ସାହାଯ୍ୟ ପାଇଁ ଅମୃତ ୩ ହଜାର ଟଙ୍କା ଲାଞ୍ଚ ନେଉଥଲେ । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଭୁବନେଶ୍ୱର ଭିଜିଲାନ୍ସର କେସ ନମ୍ବର ୩୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ ।

ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କର ସ୍ବର୍ଗତ ବାପାଙ୍କ ଇପିଏଫ୍‌ ଫାଇଲ୍‌ ଆଗକୁ ବଢ଼ାଇବା ପାଇଁ ଅବସରପ୍ରାପ୍ତ ବିରଷ୍ଠ ଟାଇପିଷ୍ଟ ଅମୃତ ସାହୁ ୩୦୦୦ ଟଙ୍କା ମାଗିଥିଲେ ଏବଂ ଏହାକୁ ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ।

Leave a comment