ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୩୧ ବର୍ଷ ତଳର ଭିଜିଲାନ୍ସ ମାମଲା ; ଅବସରପ୍ରାପ୍ତ ବନ ଅଧିକାରୀ ଓ କର୍ମଚାରୀଙ୍କୁ ୨ବର୍ଷ ଜେଲ୍‌

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗତ ୩୧ ବର୍ଷ ତଳର ଏକ ଭିଜିଲାନ୍ସ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ରାୟରେ ଜଣେ ଅବସରପ୍ରାପ୍ତ ଓଡ଼ିଶା ବନ ଉନ୍ନୟନ ନିଗମ  ଅଧିକାରୀ ଏବଂ କର୍ମଚାରୀଙ୍କୁ ଦଣ୍ଡିତ କରାଯାଇଛି। ଏହି ମାମଲାର ବିଚାର କରିଥିବା ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ରାଜେଶ ଏକ୍କା ତାଙ୍କ ରାୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିସ୍ଥିତ ପୂର୍ବତନ ଓଡ଼ିଶା ବନ ଉନ୍ନୟନ ନିଗମ କାଠ ଡିପୋର ପୂର୍ବତନ ଉପଖଣ୍ଡ ମ୍ୟାନେଜର ସୁଧାଂଶୁ ଶେଖର ମିଶ୍ର ଏବଂ ସହକାରୀ ସୁପରଭାଇଜର ଅମରଯଶ ଦୁଃଖୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଉଭୟଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ଓ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

ଜରିମାନା ଟଙ୍କା ଅନାଦାୟ ଅଧିକ ୩ ମାସ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ ନିଷ୍ପତ୍ତି ଶୁଣାଇଛନ୍ତି। ମାମଲା ଅନୁଯାୟୀ ଗତ ୧୯୯୦-୯୧ ମସିହାରେ ଉଭୟ ନିଗମର ପାପଡ଼ାହାଣ୍ଡି ଡିପୋରେ କାର୍ଯ୍ୟରତ ଥିବାବେଳେ ୫୦ ଲକ୍ଷ ୭ହଜାର ୩୩୭ ଟଙ୍କାର କାଠ ଡିପୋରେ ନଥିବା ଜଣାପଡ଼ିଥିଲା। ଏହି ମାମଲାରେ ୩ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଉକ୍ତ କାଠ ଡିପୋରୁ ଅନିୟମିତତା କରାଯାଇ ବେଆଇନ ଭାବେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥ଄ଲା। ଅଭିଯୋଗ କ୍ରମେ ଭିଜିଲାନ୍ସ ବିଭାଗ ତଦନ୍ତ କରିଥିଲେ। କିନ୍ତୁ ତଦନ୍ତ ବେଳେ ଉପରୋକ୍ତ ଦୁଇ ଦୋଷୀଙ୍କ ବିରୋଧରେ ପ୍ରମାଣ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଏଥିରେ ସଂଶ୍ଳିଷ୍ଟ ନଥିବା ଜଣାପଡ଼ିଥିଲା।

ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ୧୯୯୨ ମସିହା ଜାନୁୟାରୀ ୧୧ ତାରିଖରେ ଉଭୟ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ୨୦୦୫ ମସିହାରେ ଉଭୟ ଅଭିଯୁକ୍ତଙ୍କ ନାମରେ ଚାର୍ଜ ଫ୍ରେମ୍‌ ହୋଇଥିଲା। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଜିଲାନ୍ସ ଆଇନଜୀବୀ ଏମ. ବାଲାଜୀ ରାଓ ପରିଚାଳନା କରିଥିଲେ।  

Leave A Reply

Your email address will not be published.