ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା : ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ କରିବେ ତଦନ୍ତର ତଦାରଖ

କଟକ : ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କରାଯାଉଥିବା ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ। ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ତଦନ୍ତ ପ୍ରକିୟାରେ ତଦାରଖ ପାଇଁ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ପ୍ରଦାନ କରାଯାଉ ବୋଲି ହାଇକୋର୍ଟଙ୍କୁ ଚିଠି ଲେଖି ରାଜ୍ୟ ସରକାର ଜଣାଇଥିଲେ। ତେବେ ଏହି ମାମଲାରେ ହାଇକୋର୍ଟ ବିଚାର କରି ଚିଠିର ଉତ୍ତର ଭାବରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବି ଦାସଙ୍କୁ ତଦନ୍ତର ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି ।

ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏଥିରେ ଜଣେ ପୁଲିସଙ୍କ ସଂପୃକ୍ତି ରହିଛି । ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ । ରାଜ୍ୟ ସରକାର ସେଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଛନ୍ତି । ସୂଚନା ଯୋଗ୍ୟ ଏହି ମାମଲାର ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ।

ତେବେ ସମସ୍ତ ତଦନ୍ତର ରିପୋର୍ଟ କ୍ରାଇମବ୍ରାଞ୍ଚ ଜଷ୍ଟିସ ଜେପି ଦାସଙ୍କୁ ହସ୍ତାନ୍ତର କରିବ । ତେବେ ତଦନ୍ତର କୌଣସି ଦିଗ ମିସ୍ ହୋଇଥିଲେ ସେ ବିଷୟରେ ତଦନ୍ତ କରିବାକୁ ଜଷ୍ଟିସ ଜେପି ଦାସ କ୍ରାଇମବ୍ରାଞ୍ଚକୁ ପରାମର୍ଶ ଦେଇପାରିବେ । ଜଷ୍ଟିସ ଜେପି ଦାସ ଦେଇଥିବା ପରାମର୍ଶ ଆଧାରରେ କ୍ରାଇମବ୍ରାଞ୍ଚ ଆଗକୁ ବଢିବ । ଆଇନଜୀବୀଙ୍କ ମତରେ ବହୁ ଅଭିଜ୍ଞତା ରହିଛି ଜଷ୍ଟିସ ଜେପି ଦାସଙ୍କର । ତେଣୁ ସେ ତଦନ୍ତର ତଦାରଖ କଲେ ସଠିକ ଭାବରେ ତଦନ୍ତ ହୋଇ ସତ୍ୟ ସାମ୍ନାକୁ ଆସିପାରିବ ।

Leave A Reply

Your email address will not be published.