ପର୍ଯ୍ଯଟକଙ୍କୁ ୬ ଦିନର ବାସି ଚିକେନ କଷା ଦେଇ ତଣ୍ଡ ଗଣିଲେ ରେଷ୍ଟୁରାଷ୍ଟ ମାଲିକ

ଭୁବନେଶ୍ୱର: ପର୍ଯ୍ଯଟକଙ୍କୁ ରେଷ୍ଟୁରାଣ୍ଟମନେ ଖାଦ୍ଯ ନାଁରେ ଦେଉଛନ୍ତି ବିଷ । ନନ୍ଦନକାନନ ବୁଲିବାକୁ ଆସିଥିବା ପର୍ଯ୍ଯଟକଙ୍କୁ ବାସି ଖାଦ୍ୟ ବିକି ତଣ୍ଡ ଗଣିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ‘ହେରମିଟ ଜିଙ୍ଗ ‘ରେଷ୍ଟୁରାଣ୍ଟରେ ଚଢ଼ାଉ କରିଛି ବିଏମସି ଫୁଡ ଇନକ୍ୱାରୀ ଡିପାର୍ଟମେଣ୍ଟ । ବାସି ଖାଦ୍ୟ ବିକ୍ରି ନେଇ କିଛି ପର୍ଯ୍ଯଟକଙ୍କ ଅଭିଯୋଗକୁ ଭିତ୍ତି କରି ଚଢାଉ କରିଥିଲା ବିଏମସିର ୪ଜଣିଆ ଟିମ । ଚଢ଼ାଉ ବେଳେ ୨୦ରୁ ୩୦ କେଜି ୬ଦିନର ବାସି ଚିକେନ କଷା ଜବତ ହୋଇଛି। ଗରାଖ ଖାଇବାକୁ ଆସିଲେ ବାସି ଚିକେନ୍ କଷା ଗରମ କରି ଦେଉଥିଲେ ରେଷ୍ଟୁରାଣ୍ଟ କର୍ମଚାରୀ । ଏହାସହ କିଛି ବାସି ବିରିୟାନୀ ବି ମିଳିଛି। ଫୁଡ ଡିପାର୍ଟମେଣ୍ଟ ଅଧିକାରୀ ୬୯ଧାରାରେ ମୋଟା ଅଙ୍କର ଫାଇନ ଆଦାୟ କରିଛନ୍ତି । ଆଉ ଦୂଷିତ ଖାଦ୍ୟ ବିକ୍ରି କଲେ କଠୋର କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି ଫୁଡ ଡିପାର୍ଟମେଣ୍ଟ ଅଫିସରେ ସତ୍ୟଜିତ ପଟେଲ କହିଛନ୍ତି।