୩ ଟି ମହାନଗର ନିଗମ ମେୟର ପଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ବର : ରାଜ୍ୟର ୩ଟି ମହାନଗର ନିଗମ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ପ୍ରକାଶ ପାଇଛି ସଂରକ୍ଷଣ ତାଲିକା। ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କଟକ ଅଣସଂରକ୍ଷିତ ଥିବା ବେଳେ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଜ୍ଞପ୍ତି ଜାରି ହୋଇଛି।

ମହାନଗର ଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ନେଇ ଆପତ୍ତି ଥିଲେ ୧୫ ଦିନ ମଧ୍ୟୟରେ ଜଣାଇବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ବଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ଭୁବନେଶ୍ୱର ମହାନଗର ନିଗମ ଗଠନ ହେବା ଦିନଠାରୁ ଏପର୍ଯ୍ୟନ୍ତ କୌଣସି ମହିଳା ମେୟର ହୋଇ ନାହାଁନ୍ତି । ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବା ଚର୍ଚ୍ଚା ଶୁଣି ପୁରୁଣା ମହିଳା କର୍ପୋଟେରମାନେ ଲବି ଆରମ୍ଭ କରିଦେଲେଣି । ମୋଟ ୬୭ ୱାର୍ଡରୁ ଗତ ୨୦୧୪ ନିର୍ବାଚନରେ ୩୭ଜଣ ମହିଳା ପ୍ରାର୍ଥୀ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଏଥିମଧ୍ୟରେ ଅନେକ ଏବେ ମେୟର ହେବାକୁ ଆଶା ବାନ୍ଧିଛନ୍ତି ।

Leave a comment