ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଫଳ ହେଲା ଅଗ୍ନିଶମ ବାହିନୀର ରେସ୍କ୍ୟୁ ଅପରେସନ୍, ସୁରକ୍ଷିତ ଉଦ୍ଧାର ହେଲେ ୨ ପର୍ଯ୍ୟଟକ

ରାୟଗଡା : ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଦୁଇ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ଓ ପୁଲିସ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ । ପାଣିର ସ୍ରୋତ ତୀବ୍ର ଥିବାରୁ ଭୟରେ ଦୁଇ ପର୍ଯ୍ୟଟକ ନଦୀ ଟାପୁରେ ଫସି ଯାଇଥିଲେ। ଦୁଇ ପର୍ଯ୍ୟଟକଙ୍କ ଘର କାଶୀପୁର ଅଞ୍ଚଳରେ ବୋଲି ପୁଲିସ କହିଛି। ସେମାନେ ହେଲେ ସୁନାମୀ ନାୟକ ଓ ସୁଧୀର ନାୟକ। ତେବେ ଅଗ୍ନିଶମ ବାହିନୀର ଲଗାତାର ଉଦ୍ୟମ ବଳରେ ୨ ପର୍ଯ୍ୟଟକ ଉଦ୍ଧାର ହୋଇପାରିଛନ୍ତି।

ସୂଚନାଯୋଗ୍ୟ ରବିବାର କାଶୀପୁର ବ୍ଲକର କିଛି ପର୍ଯ୍ୟଟକ ନାଗାବଳୀ ନଦୀରେ ଝୁଲାପୋଲ ତଳେ ବୁଲୁଥିଲେ। ତେବେ ହଠାତ ନଦୀରେ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା।ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ଘଟିଥିଲା । ଫଳରେ ଏହି ଦୁଇ ପର୍ଯ୍ୟଟକ ଆଉ କୂଳକୁ ଆସିପାରି ନଥିଲେ । ଫଳରେ ସେମାନେ ଏକ ଟାପୁ ଉପରେ ଫସି ରହିଯାଇଥିଲେ। ଖବର ବିଷୟରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଉଦ୍ଧାର ପାଇଁ ପ୍ରାୟସ କରିଥିଲେ। ତେବେ ପାଣିର ବେଗ ଅଧିକ ଥିବାରୁ ପଥୁରିଆ ନଦୀ ଭିତରକୁ ଯିବାକୁ ସାହାସ ଜୁଟାଇ ପାରି ନଥିଲା ଅଗ୍ନିଶମ ବିଭାଗ। ନଦୀ ଭିତରେ ଫସିଥିବା ପର୍ଯ୍ୟଟକଙ୍କୁ ଲାଇଭ ଜାକେଟ ପ୍ରଦାନ କରାଯାଇଥିଲା। ଏଥି ସହିତ ଏକ ଲମ୍ବା ରଶିକୁ ନଦୀକୂଳରୁ ଭିତରକୁ ଫିଙ୍ଗା ଯାଇଥିଲା, ଯାହାକୁ ଧରି ଉଭୟ ପର୍ଯ୍ୟଟକ ନଦୀ ଭିତରେ ଭୟଭୀତ ଅବସ୍ଥାରେ ଥିଲେ। ଏହାପରେ ସିଡି ଏବଂ ରଶି ସାହାର୍ଯ୍ୟରେ ଉଦ୍ଧାର କରିଥିଲେ।

Leave A Reply

Your email address will not be published.