ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଳକଙ୍କୁ ହତ୍ୟା ! ପାରାଦୀପରୁ ଚୋରି ଟ୍ରେଲର ଜମ୍ଭିରା ଜଙ୍ଗଲରୁ ଉଦ୍ଧାର, ଢାବା ମାଲିକ ସମେତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବାରିପଦାର କବାଡି ବାଲାକୁ ବିକ୍ରି ଉଦ୍ୟମ ପଣ୍ଡ

ବାରିପଦା: ଅପରାଧିଙ୍କ ନିରାପଦ ସ୍ଥଳୀ ପାଲଟିବାକୁ ଯାଉଛି ମୟୁରଭଞ୍ଜ ଜିଲ୍ଳା । ସୀମାନ୍ତରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟ ଥିବାରୁ ଅପରାଧିଙ୍କୁ ବେଶ ସୁହାଉଛି । ପାରାଦୀପରୁ ଏକ ଚୋରୀ ଟ୍ରେଲର(ଲମ୍ବା ଟ୍ରକ) ଚାନ୍ଦୁଆ ଥାନା ଅଧୀନ ଜମ୍ଭୀରା ଡ୍ୟାମ ନିକଟ ଶାଳଜଙ୍ଗଳରୁ ଉଦ୍ଧାର ପରେ ଏହା ପ୍ରମାଣିତ ହୋଇଛି । ଏହି ଘଟଣାରେ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ପୁଲିସ ବାରିପଦା ଓ ବୈଶିଙ୍ଗା ଅଞ୍ଚଳରୁ ୩ଜଣଙ୍କୁ ମିଶାଇ ୫ଜଣ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି ।

ପ୍ରକାଶ ଯେ, ଅଗଷ୍ଟ ୧୨ତାରିଖରେ ଗୁଜରାଟର ଭଦୋଦ୍ରାରୁ ମାଲ ପରିବହନ କରି ଚାଳକ ସାହାଦାବ ଆଲାମ ପାରାଦୀପ ତୈଳବିଶୋଧନାଗାରରେ ପହଞ୍ଚିଥିଲେ । ଏହି ସମୟରେ ଉତ୍ତରପ୍ରଦେଶରରୁ ଚାଳକ ହୁକୁମ ସିଂ ଓ ଖଲାସୀ ହରପାଲ ସିଂ ମଧ୍ୟ ଅନ୍ୟ ଏକ ଟ୍ରେଲରରେ ମାଲ ଆଣି ପହଞ୍ଚିଥିଲେ । ମାଲ ଓହ୍ଲାଇବା ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ପରେ ଯୋଜନାବଦ୍ଧ ଭାବେ ହୁକୁମ ଓ ହରପାଲ ସାହାଦାବଙ୍କୁ ମଦ ପିଆଇ ତାଙ୍କ ଟ୍ରେଲର ଅପହରଣ କରିଥିଲେ । ରାସ୍ତାରେ ଅଗଷ୍ଟ ୨୨ତାରିଖରେ ଉଭୟେ ସାହଦାବଙ୍କୁ ନିଶାଶକ୍ତ ଅବସ୍ଥାରେ ଭୂତମୁଣ୍ଡାଇ ପୋଲ ଉପରୁ ମହାନଦୀକୁ ଫିଙ୍ଗି ଫେରାର ହୋଇଯାଇଥିଲେ । ତହିଁ ପରଦିନ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାଶ୍ୱର୍ ଖଇରୀବଣି ରାଜା ଢାବାରେ ପହଞ୍ଚିଥିଲେ । ରାଜା ଓରଫ ଅମଜାଦ ଖାଁ ଜଣେ ପେଶାଦାର ଅଭିଯୁକ୍ତ । କଟକ ମାଲଗୋଦାମ ଥାନାଠାରୁ ଆରମ୍ଭ କରି ବୈଶିଙ୍ଗା ଥାନାରେ ଏକାଧିକ ମାମଲା ତାଙ୍କ ନାମରେ ରହିଛି । ଏକ ଢାବା ଖୋଲି ଅନେକ ଅନୈତିକ କାର୍ଯ୍ୟରେ ସେ ଲିପ୍ତ ରହିବା ସାଙ୍ଗକୁ ଚୋରା ମଦ, ଡ୍ରଗ୍ସ, ପେଟ୍ରୋଲ ଡିଜେଲ ଓ ମାଲବାହୀ ଟ୍ରକରୁ ବିଭିନ୍ନ ଚୋରି ସାମଗ୍ରୀ କିଣାବିକା କରିଥାଏ । ଟ୍ରେଲର ନେଇ ଆସିଥିବା ଅଭିଯୁକ୍ତ ରାଜାଙ୍କୁ ସାଢେ଼ ୪ଲକ୍ଷ ଟଙ୍କାରେ ବିକ୍ରି ପାଇଁ କଥାବାର୍ତ୍ତା କରି ୨ଲକ୍ଷ ଟଙ୍କାରେ ବିକ୍ରି କରି ଟଙ୍କା ନେଇ ଫେରିଯାଇଥିଲେ ।

ଅପରପକ୍ଷରେ ପାରାଦୀପରୁ ଚୋରି ହୋଇଥିବା ଟ୍ରେଲର ମାଲିକ ଓ ନିଖୋଜ ଥିବା ଚାଳକଙ୍କ ବାପା ଅଭୟଚାନ୍ଦପୁର ଥାନାରେ ଅଭିଯୋଗ ପରେ ଆଇଆଇସି ଜୀବନାନନ୍ଦ ଜେନା ତଦନ୍ତ ଆରମ୍ଭ କରିଥିଲେ । ହୁକୁମ ଓ ହରପାଲ ପୁର୍ନବାର ମାଲ ନେଇ ତୈଳ ବିଶଧନାଗାରରେ ପହଞ୍ଚିବାରୁ ତାଙ୍କୁ ଅଟକ ରଖି ପଚରାଉଚୁରା କରିବାରୁ ସମସ୍ତ ଘଟଣା କହିଥିଲେ । ମହାନଦୀରେ ନିଖୋଜ ଥିବା ସାହାଦାବ ଆଲାମଙ୍କ ପତ୍ତା ମିଳିନାହିଁ । ତେବେ ଆଇଆଇସି ଶ୍ରୀ ଜେନା ମୟୂରଭଞ୍ଜ ପୁଲିସ ସହାୟତାରେ ବୈଶିଙ୍ଗାରେ ପହଞ୍ଚି ରାଜାକୁ ଗିରଫ କରିଥିଲେ । ରାଜା ବୈଶିଙ୍ଗା ଥାନା ଅଧୀନ ମଦାସାହିର ବାପୁନ ଓରଫ ଯୋଗେଶ୍ୱର ବାରିକଙ୍କ ସହାୟତାରେ ଟ୍ରେଲରଟିକୁ ବାରିପଦା ତୁଳସୀଚଉରାର ସେକ୍‍ ବିଲାଲ ଉଦ୍ଦିନଙ୍କ ନିକଟକୁ ପଠାଇଥିଲା । ସେ ଦେଉଳି ନିକଟ ଜମ୍ଭୀରା ଡ୍ୟାମ ନିକଟ ଶାଳଜଙ୍ଗଲରେ ରଖି ଖଣ୍ଡଖଣ୍ଡ କରି କାଟି ବିକ୍ରି କରିବା ପୂର୍ବରୁ ସମସ୍ତେ ପୁଲିସ ହାତରେ ଧରାପଡ଼ିଥିଲେ । ଗିରଫ ୫ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ମଙ୍ଗଳବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାଶ ରାଜାର ଡାବାକୁ ସିଲ କରିବାକୁ ବୈଶିଙ୍ଗା ଆଇଆଇସିଙ୍କୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.