ଐତିହାସିକ ପୋତାଗଡ଼଼ ଦୁର୍ଗ ନିକଟରୁ ପ୍ରାଚୀନ ପିତଳ ମୂର୍ତ୍ତି ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼଼ ଦୁର୍ଗ ନିକଟରୁ ମଙ୍ଗଳବାର ପ୍ରାଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ବର୍ତ୍ତମାନ ପୋତାଗଡ଼଼ର ସୌନ୍ଦର୍ଯ୍ୟକରଣ ପାଇଁ ଦୁର୍ଗ ଚତୁଃପାର୍ଶ୍ବରେ ଖନନ କାର୍ଯ୍ୟ ଚାଲିଛି। ଆଜି ବି ଏହି କାମ ଚାଲିଥିବା ବେଳେ ମାଟିତଳୁ କେତେକ ପ୍ରଚୀନ ପିତଳ ମୂର୍ତ୍ତି ଉଦ୍ଧାର ହୋଇଛି। ସେଥିରେ ୨ଟି ସପ୍ତଫେଣୀ ନାଗମୂର୍ତ୍ତି ଓ ୨ଟି ଦେବୀଙ୍କ ମୂର୍ତ୍ତୀ ରହିଛି। ଏହି ଖବର ପ୍ରଚାରିତ ହେବା ପରେ ସଙ୍ଗେ ସଙ୍ଗେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ପତ୍ନତତ୍ତ୍ୱ ବିଭାଗ ଏ ନେଇ ତଥ୍ୟ ଉନ୍ମୋଚନ କରିବା ନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

Leave a comment