ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ବରିଷ୍ଠ ବିଚାରବିଭାଗୀୟ ଅଧିକାରୀଙ୍କ ଅଦଳବଦଳ : ୭୭ ଜିଲ୍ଲା ଜଜ୍‌, ୧୧ ସିନିୟର ସିଭିଲ ଜଜ୍‌ଙ୍କ ବଦଳି

କଟକ: ବିଚାରବିଭାଗୀୟ ଅଧିକାରୀ ସ୍ତରରେ ଆଜି ଏକ ବଡଧରଣର ବଦଳି ହୋଇଛି। ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୭୭ଜଣ ବିଚାରବିଭାଗୀୟ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ସ୍ଥାନରୁ ବଦଳି କରାଯାଇଛି। ହିରଣ୍ୟମୟୀ ବିଷୋୟୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଏବଂ ଦୌରାଜଜ୍‍ ଭାବେ ବଦଳି କରାଯାଇଛି। ସେହିପରି ଶିଶିର ରଥଙ୍କୁ କେନ୍ଦୁଝର, ଆନନ୍ଦ ବେହେରାଙ୍କୁ ଗଞ୍ଜାମ, ଭଗବାନ ପ୍ରଧାନଙ୍କୁ ବାଲେଶ୍ୱର, ଶୁଭଶ୍ରୀ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼, ସଞ୍ଜୀବ ଦୁବେଙ୍କୁ ନବରଙ୍ଗପୁର, ବିଜୟ ପାତ୍ରଙ୍କୁ ଦେବଗଡ଼, ଦୀପ୍ତିରଞ୍ଜନ କାନୁନଗୋଙ୍କୁ କଳାହାଣ୍ଡି, ବିକ୍ରମ ପ୍ରଧାନଙ୍କୁ ବୌଦ୍ଧ, ଅନୁପ ଚନ୍ଦନଙ୍କୁ ଜଗତସିଂହପୁର,ପ୍ରଦ୍ୟୁମ୍ନ ନାୟକଙ୍କୁ ଭଦ୍ରକ, ଧନେଶ୍ୱର ମଲ୍ଲିକଙ୍କୁ ପୁରୀ, ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ନୂଆପଡ଼ା ଜିଲ୍ଲା ଏବଂ ଦୌରା ଜଜ୍‍ ଭାବେ ବଦଳି କରାଯାଇଛି।

ଶିଶିର ରଥ ଦେବୋତ୍ତର ଆୟୁକ୍ତ, ଦିଲ୍ଲୀପ ମିଶ୍ର ଆଇନ ବିଭାଗର ସ୍ୱତନ୍ତ ସଚିବ ଭାବେ ବଦଳି ହୋଇଛି। ଅଶୋକଚନ୍ଦ୍ର ପଣ୍ଡା ଜଗତସିଂହପୁର ଫ୍ୟାମିଲି କୋର୍ଟ ଜଜ୍‍, ପ୍ରଦୀପ ମହାନ୍ତ- ନୟାଗଡ଼, ପ୍ରସନ୍ନ କର୍ଣ୍ଣ -ବୌଦ୍ଧ, ଅରୁଣ ମଲ୍ଲିକ -ପୁରୀ, ଅଶ୍ୱିନୀ ନାୟକ -ବ୍ରହ୍ମପୁର, ମୋହନ ରାଓ ଦୋରା-ରାଉରକେଲା,ପ୍ରଜ୍ଞା ପାଣିଗ୍ରାହୀ-ସୋନପୁର, ସୁବ୍ରତ ମହାନ୍ତି -ପାରଳାଖେମୁଣ୍ଡି ଫ୍ୟାମିଲି କୋର୍ଟ ଜଜ୍‍ ଭାବେ ଅବସ୍ଥାପିତ ହୋଇଛନ୍ତି। ଅତରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍‍ ଭାବେ ଅଜୟ ପ୍ରଧାନ-କେନ୍ଦ୍ରାପଡ଼ା, ମାନସ ରଥ-ଗୁଣୁପୁର, ନିରଞ୍ଜନ ଜେନା-ପକସୋ କୋର୍ଟ ପୁରୀ, ଅମୀୟ ରଞ୍ଜନ ଜେନା -ପୁରୀ, ସୁମିତା ଜେନା-ବାରିପଦା, ଲୋକନାଥ ସାହୁ-ନିମାପଡ଼ା, ଆଶୁତୋଷ ଦାସ-ଖଲିକୋଟ, ଶୁଭଶ୍ରୀ ତ୍ରିପାଠୀ-କେନ୍ଦୁଝର, ପ୍ରଦୀପ୍ତ ସାହୁ-ଆଠଗଡ଼, ସୋନାଲି ପଟ୍ଟନାୟକ-ରାୟଗଡ଼ା, ସତ୍ୟରଞ୍ଜନ ପ୍ରଧାନ-ବରଗଡ଼, ସସ୍ମିତା ପାଢୀ-ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‍, ପାର୍ଥସାରଥୀ ପଟ୍ଟନାୟକ-କୁଜଙ୍ଗ, ଡ. ଭି ସୁଜାତା-ରାଉରକେଲା, ଇତିଶ୍ରୀ ମହାପାତ୍ର-ନୟାଗଡ଼, ଜୀବନଜ୍ୟୋତି ରଥ-ଢେଙ୍କାନାଳ, ଆଶିଷ ତ୍ରିପାଠୀ-ଭଦ୍ରକ, ପ୍ରଣତି ଶାହା-ନବରଙ୍ଗପୁର, ରାଜକିଶୋର ମହାପାତ୍ର-ଟିଟଲାଗଡ଼, ପ୍ରଶାନ୍ତ ମିଶ୍ର-କରଞ୍ଜିଆ, ପୂର୍ଣ୍ଣିମା ଜେନା-ସୋନପୁର, ଧନୁର୍ଦ୍ଧର ସେନାପତି-ସାଲେପୁର, ମହଲତ ଶ-କୋରାପୁଟ,ଉଦୟଭାନୁ ଜେନା-ମାଲକାନାଗିରି,ରବୀନ୍ଦ୍ର ଦାସ-ତାଳଚେର,ଜଗଦୀଶ ପ୍ରସାଦ ମହାନ୍ତି-ବାଲେଶ୍ୱର, ପ୍ରଜ୍ଞାଳିନି ମିଶ୍ର- ଚମ୍ପୁଆ, ଦୀପକ କୁମାର- ରାଇରଙ୍ଗପୁର,ସୌଭାଗିନୀ ମଲ୍ଲିକ-କୁଚିଣ୍ଡା, ସ୍ୱେତା ମିଶ୍ର-ପାଟଣାଗଡ଼ର ଅତରିକ୍ତ ଜିଲ୍ଲା ଓ ଦୌରା ଜଜ ଭାବେ ବଦଳି ହୋଇଛନ୍ତି। ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍‍ ଭାବେ ଅରବିନ୍ଦ ପଟ୍ଟନାୟକ-କେନ୍ଦୁଝର, ସନ୍ତୋଷ ଜେନା- ଫଲବାଣୀ, ଦାମୋଦର ରଥ-କଟକ, ରାଜଲକ୍ଷ୍ମୀ ପଟ୍ଟନାୟକ- ସୁନ୍ଦରଗଡ଼, ସତ୍ୟରଞ୍ଜନ ଷଡଙ୍ଗୀ-ଭୁବନେଶ୍ୱର, ଦେବାଶିଷ ରାଉତ-ସମ୍ବଲପୁର, ଶିଖାରାଣୀ ରଥ-ବାଲେଶ୍ୱର, ଲୁନା ମହାନ୍ତି-ବ୍ରହ୍ମପୁର, ପ୍ରଣବ ରାଉତରାୟ-ଭବନୀପାଟଣାକୁ ବଦଳି ହୋଇଛନ୍ତି।

ଅନ୍ୟପକ୍ଷରେ, ୧୧ ଜଣ ସିନିୟର୍‌ ସିଭିଲ୍ ଜଜ୍‌ ପାହ୍ୟାର ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇଛି। ସେମାନେ ହେଲେ ବିଦ୍ୟାଧର ପୃଷ୍ଟି-ପୁରୀ, ଅରୁଣ ପଟ୍ଟନାୟକ-ପାଟଣାଗଡ଼, ଡ. ପ୍ରଦୀପ କୁମାର ପ୍ରଧାନ-ଚମ୍ପୁଆ, ଅମରେଶ ମହାପାତ୍ର-କେନ୍ଦୁଝର, ବ୍ୟୋମକେଶ ନାୟକ-କଟକ, ରବିନାରାୟଣ ବେହେରା-ପାରଳାଖେମୁଣ୍ଡି, ଡିଏ୍ଲ୍‌ଏସ୍‌ଏ ସଚିବ, ସୂର୍ଯ୍ୟ ଦାଶ-ଭୁବନେଶ୍ବର, ପରିତୋଷ କୁମାର ସେଠୀ-ସମ୍ବଲପୁର ପାଇଁ ଭୁବନେଶ୍ବରରେ ଅବସ୍ଥାପିତ, ଦେବାଶିଷ ଦାଶ-ପୁରୀ, ସଚିବ ଡିଏଲ୍‌ଏସ୍‌ଏ, ବିନୟ କୁମାର ପାତ୍ର-ବଲାଙ୍ଗୀର, ଡିଏଲ୍‌ଏସ୍‌ଏ ସଚିବ, ସୁନୀତା ପଟ୍ଟନାୟକ-ମହିଳା କୋର୍ଟ ନୂଆପଡ଼ା।

Leave A Reply

Your email address will not be published.