ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିୟମ ନ ମାନିବା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ: ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ଵିତୀୟ ଲହର ଏତେ ସାଂଘାତିକ ରୂପ ନେଇଛି ଯେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ନିୟୋଜିତ ଡାକ୍ତର ଓ ନର୍ସ ମଧ୍ୟ କରୋନା କବଳରୁ ମୁକ୍ତି ପାଉନାହାନ୍ତି। ଏପରିକି ଟିକା ନେଇସାରିବା ପରେ ମଧ୍ୟ ଅନେକ ସଂକ୍ରମଣର ଶିକାର ହେବା ଦେଖାଯାଉଛି। ତେବେ ହୁ ହୁ ହୋଇ ବଢୁଥିବା ସଂକ୍ରମଣର ମୁଖ୍ୟ କାରଣ କରୋନା କଟକଣା ନମାନିବା ବୋଲି ରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି।

ଏବେ ସଂକ୍ରମଣ ବଢିବାର ଅନେକ କାରଣ ଥାଇପାରେ। କିନ୍ତୁ କରୋନା ନିୟମ ନମାନିବା ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ଜାନୁଆରୀ ଶେଷ ଭାଗ ଆଡକୁ ଦେଶରେ ଟିକାକରଣ ଆରମ୍ଭ ହେବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଲା। ହେଲେ ଏହାକୁ ଆଳ କରି ସାଧାରଣରେ ଲୋକେ କୋଭିଡ୍ ନିୟମ ପାଳନ କରିବା ବନ୍ଦ କରି ଦେଲେ। ବର୍ତ୍ତମାନ ଡବଲ ମ୍ୟୁଣ୍ଟାଣ୍ଟ ଭୂତାଣୁ ଦ୍ବାରା ସଂକ୍ରମଣ ବଢୁଥିବା ବେଳେ ଏହା ପୂର୍ବାପେକ୍ଷା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ବୋଲି ଡ. ଗୁଲେରିଆ କହିଛନ୍ତି। କିନ୍ତୁ ଆମକୁ ଯେମିତି ହେଲେ ସଂକ୍ରମିତଙ୍କ ସଂଖ୍ୟାକୁ ହ୍ରାସ କରିବାକୁ ପଡିବ ବୋଲି ଗୁଲେରିଆ କହିଛନ୍ତି। ବର୍ତ୍ତମାନ ଅନେକ ପାର୍ବଣ ପାଳନ କରାଯାଉଛି। ସେପଟେ ନିର୍ବାଚନ ମଧ୍ୟ ଚାଲିଛି। କିନ୍ତୁ ଆମ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ଭାବିବାକୁ ପଡ଼ିବ। ତେଣୁ ସବୁକିଛି ମଧ୍ୟରେ କଟକଣାକୁ ଠିକଣା ଭାବେ ପାଳନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.