ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ଼ର ଚତୁର୍ଥ ତ୍ରୟମାସ ଲାଭ ୨୪% ବୃଦ୍ଧି

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି। ଜାନୁୟାରୀରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ ପରବର୍ତ୍ତୀ ଏକକ ଲାଭରେ ୨୪ ପ୍ରତିଶତ ବୃଦ୍ଧି ସହିତ ୪୧୭୩ କୋଟି ଟଙ୍କା ହୋଇଥିବା ପ୍ରକାଶ କରାଯାଇଛି । ପୂର୍ବ ବର୍ଷର ସମାନ ସମୟରେ ରିଲାଏନ୍ସ ଜିଓର ଟିକସ ପରବର୍ତ୍ତୀ ଲାଭ ୩୩୬୦ କୋଟି ଟଙ୍କା ରହିଥିଲା ।

ପୂର୍ବବର୍ଷ ସମାନ ତ୍ରୟମାସ ତୁଳନାରେ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନୀର ଏକକ ରାଜସ୍ୱ ୨୦ ପ୍ରତିଶତ ବୃଦ୍ଧି ସହିତ ୨୦୯୦୧ କୋଟି ଟଙ୍କା ହୋଇଥିବା ଜଣାପଡିଛି ।

ସେହିଭଳି ମାର୍ଚ୍ଚ ୩୧, ୨୦୨୨ ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ କମ୍ପାନୀର ଟିକସ ପରବର୍ତ୍ତୀ ମୋଟ ଲାଭ ୨୩ ପ୍ରତିଶତ ବୃଦ୍ଧି ସହିତ ୧୪୮୧୭ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୧୨୦୧୫ କୋଟି ଟଙ୍କା ରହିଥିଲା ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ପରିଚାଳନାଗତ ବାର୍ଷିକ ରାଜସ୍ବ ୧୦.୩ ପ୍ରତିଶତ ବୃଦ୍ଧି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୭୬୯୭୭ କୋଟି ଟଙ୍କାରେ ପହଁଚିଥିବା କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ଆର୍ଥିକ ଫଳାଫଳରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.