ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଓଜେଇଇ କାଉନସେଲିଂ ପାଇଁ ପଞ୍ଜୀକରଣ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହେବ। ଅନଲାଇନ ଯୋଗେ ଏହି କାଉନସେଲିଂ ହେବାକୁ ଥିବାବେଳେ ଲାଟେରାଲ୍‍ ବର୍ଗର ଡିପ୍ଲୋମା, ବିଏସସି(ଟେକନିକାଲ୍‍), ଫାର୍ମା ଏବଂ ଇଣ୍ଟିଗ୍ରେଟେଡ୍‍ ଏମ୍‍ବିଏ ଛାତ୍ରଛାତ୍ରୀଙ୍କ କାଉନସେଲିଂ ହେବ। ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଓ ଚଏସ ଫିଲିଂ ଅନଲାଇନ୍‍ ଜରିଆରେ ଆସନ୍ତା ୧୦ ତାରିଖ ଯାଏଁ ଚାଲିବ। ସେହିପରି ସବିଶେଷ ସୂଚୀ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବାକୁ ଥିବାବେଳେ ଛାତ୍ରଛାତ୍ରୀ ସମସ୍ତ ତଥ୍ୟ www.ojee.nic.in ମାଧ୍ୟମରେ ପାଇ ପାରିବେ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.