ଭୁବନେଶ୍ବରର ବିଭିନ୍ନ ନାଇଟ୍‌ କ୍ଲବ, ଡ୍ୟାନ୍ସ ବାର୍‌ରେ ରେଡ୍‌; ନିୟମ ଓ ସର୍ତ୍ତ ଉଲ୍ଲଙ୍ଘନ ଅଭିଯୋଗରେ ପିଓପିଡିର ଚଢ଼ାଉ

ଭୁବନେଶ୍ବର: ଭୁବନେଶ୍ବରର ବିଭିନ୍ନ ନାଇଟ୍‌ କ୍ଲବ, ଡ୍ୟାନ୍ସ ବାର୍‌ରେ କମିଶନରେଟ୍ ପୋଲିସର ରେଡ୍‌ । ରାଜଧାନୀରେ କମିଶନରେଟ ପୋଲିସର ସେଫ ସିଟି ଡ୍ରାଇଭ । କଟକ ରୋଡ ଓ ରସୁଲଗଡ଼ରେ ଥିବା ଏକାଧିକ ହୋଟେଲରେ ସ୍ପେଶାଲ ଟିମର ଯାଞ୍ଚ । ନିୟମ ଓ ସର୍ତ୍ତ ଉଲ୍ଲଙ୍ଘନ ଅଭିଯୋଗରେ ଚଢ଼ାଉ କରିଛି ପୋଲିସ ଓ ପିଓପିଡିର ଅଧିକାରୀ । ଠିକ୍‌ ସମୟରେ କ୍ଲବ ଓ ଡ୍ୟାନ୍ସ ବାର୍‌ ଖୋଲିବା ଓ ବନ୍ଦ କରିବାକୁ ତାଗିଦ୍ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଯେଉଁ ବାର୍ ଗୁଡ଼ିକ ନିୟମ ନ ମାନି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଚଳାଉଥିଲେ ସେହି ବାର୍ ଗୁଡ଼ିକ ଉପରେ ଏହି ଚଢ଼ାଉ କରାଯାଇଛି। ଏହି ଚଢାଉରେ ମଞ୍ଚେଶ୍ବର ଓ ଲଷ୍ମୀ ସଗାର ଥାନାର ଦୁଇ ପ୍ଲାଟୁନ ପୋଲିସ ଫୋର୍ସ, ଟିମ ୬୦ ସହ ପିଓପିଡି ଅଧିକାରୀମାନେ ସାମିଲ ହୋଇଥିଲେ । ସେଫ୍ ସିଟି ଡ୍ରାଇଭ୍ ଅଭିଯାନ ଆଧାରରେ ଏହି ରେଡ କରିଛି ପୋଲିସ୍ । ରେଡ୍‌ ବେଳେ ବାର ଗୁଡ଼ିକରେ ଯେଉଁ ଗ୍ରାହକମାନେ ଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

Leave a comment