ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପଛର କ’ଣ ରହିଛି କାରଣ ? ଆସନ୍ତୁ ଜାଣିବା…..

କର୍ଣ୍ଣାଟକ: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଏସ୍ ୟେଦ୍ୟୁରପ୍ପା ।ଏନେଇ ସେ ନିଜେ ଘୋଷଣା କରିଛନ୍ତି। ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ମାତ୍ର ଏବେ ଚର୍ଚ୍ଚା ଜୋର ଲାଗିଛି ଯେ କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା । ଇସ୍ତଫା ପଛର କ’ଣ ରହିଛି କାରଣ । କୁହାଯାଉଛି, ରାଜ୍ୟରେ ପ୍ରାଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପ ନେଇ ବେଶ ବିବାଦକୁ ଆସିଥିଲେ ୟେଦ୍ୟୁରପ୍ପା । ଯାହାଫଳରେ ତାଙ୍କ ଉପରେ ଦଳୀୟ ଚାପ ଥିଲା । ସେହିଭଳି ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ ବିଜେପି ହାଇକମାଣ୍ଡ । ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।

ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ । ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.