ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯରେ ଆସନ୍ତା ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ, ସମସ୍ତ ଅଧ୍ୟକ୍ଷଙ୍କୁ ଜାରି ହେଲା ଚିଠି

ଭୁବନେଶ୍ୱର: ରାଜ୍ଯରେ ଆସନ୍ତା ୨୧ରୁ ଖୋଲିବ ଏକାଦଶ ଶ୍ରେଣୀ । ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଚିଠି । ସବୁ ଅଧ୍ୟକ୍ଷଙ୍କୁ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଚିଠି ଲେଖିଛନ୍ତି।

ପୂର୍ବରୁ ଶ୍ରେଣୀଗୃହରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛି । ଦୂରରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନ ଇଣ୍ଡକସନ ସେସନ କରାଯିବ । ଏହି ସମୟରେ ପିଲାଙ୍କ ସହ ରହିବେ ଅଭିଭାବକ । ନଭେମ୍ବର ପହିଲାରୁ ୟୁନିଫର୍ମରେ ଆସିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କୁ ମିଳିବ ଅସ୍ଥାୟୀ ପରିଚୟପତ୍ର ।

ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ । ରାଗିଂ ଫ୍ରି କ୍ୟାମ୍ପସ ଉପରେ ଗୁରୁତ୍ୱ ଦିଆଯାଉଛି । ଶ୍ରେଣୀକକ୍ଷ ସହ ହଷ୍ଟେଲ ଉପରେ ମଧ୍ୟ ନଜର ରଖିବେ ଅଧ୍ୟାପକ । ଶ୍ରେଣୀକକ୍ଷରୁ ହଷ୍ଟେଲ ଯାଏ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ ହେବ । ଶ୍ରେଣୀକକ୍ଷ, ହଷ୍ଟେଲ ଓ ପରିବେଶ ଠିକ୍ ଅଛି କି ନାହିଁ ସେ ରିପୋର୍ଟ ଦେବେ ଡିଇଓ । ଏନେଇ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ କଲେଜ ଅଧ୍ୟକ୍ଷଙ୍କ ସହ ଗତ ୧୬ ତାରିଖରେ ଆଲୋଚନା ହୋଇଥିଲା

Leave A Reply

Your email address will not be published.