ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଢ଼ିଲା ରେପୋ ରେଟ୍, ମହଙ୍ଗା ହେବ ଋଣ

ନୂଆଦିଲ୍ଲୀ: ଘର, ଅଟୋ କିମ୍ବା ବ୍ୟକ୍ତିଗତ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଝଟକା। ରେପୋ ରେଟ୍ ବୃଦ୍ଧି ଘଟିଛି। ବୁଧବାର ଦିନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ନିଷ୍ପତ୍ତି ନେଇ ସୁଧ ହାର ବୃଦ୍ଧି କରିଛନ୍ତି। ଫଳରେ ବର୍ତ୍ତମାନ ଋଣ ମହଙ୍ଗା ହେବ। ଏହି ଋଣ ହାର ୨୨ ମଇ ୨୦୨୦ ମସିହା ଠାରୁ ଅପରିବର୍ତ୍ତିତ ଥିଲା । ବୈଠକରେ ବସିଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍‌ରେ ୪୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇବ। ବଢୁଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।।

ଏହି ବୃଦ୍ଧି ପରେ ଦୀର୍ଘ ସମୟ ଧରି ୪ ପ୍ରତିଶତରେ ସ୍ଥିର ଥିବା ରେପୋ ହାର ୪.୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ସହିତ ଆରବିଆଇ କ୍ୟାସ ରିଜର୍ଭ ଅନୁପାତ (CRR) କୁ ୫୦ ବେସିସ୍‌ ପଏଣ୍ଟ ବୃଦ୍ଧି କରାଯାଇଛି। ଫଲରେ ଏହା ୪.୫୦ ପ୍ରତିଶତକୁ ବୃଦ୍ଧି ଘଟିଛି। ମେ ୨୧ରୁ ନୂତନ ହାର ଲାଗୁ କରାଯିବ। ସୁଧ ହାର ବୃଦ୍ଧି ପ୍ରସ୍ତାବ ଉପରେ ଏମପିସି ସର୍ବସମ୍ମତି କ୍ରମେ ଭୋଟ୍ ଦେଇଛି। ଏହା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛିନ୍ତି। ଶକ୍ତିକାନ୍ତ କହିଛନ୍ତି ଯେ, ଦ୍ରବ୍ୟ, ଆର୍ଥିକ ବଜାର ମାନ୍ଦା ଏବଂ ଅସ୍ଥିରତା ବୃଦ୍ଧି ଭଳି କାରଣ ଯୋଗୁଁ ଏଭଳି ପଦକ୍ଷେପ ନିଆଯାଇଛି।

ସୂଚନାଯୋଗ୍ୟ ଯେ, ରେପୋ ହାରରେ ଏହି ବୃଦ୍ଧି ହେତୁ ଋଣ ନେଉଥିବା ଗ୍ରାହକମାନେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହେବେ। ହାର ବୃଦ୍ଧି ପରେ ବର୍ତ୍ତମାନ ଘର, ଅଟୋ ଏବଂ ପାର୍ସନାଲ ଋଣ ମହଙ୍ଗା ହେବ ଏବଂ EMI ଭାର ବୃଦ୍ଧି ହେବ।  ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରା ସମୀକ୍ଷା ବୈଠକରେ ଆର୍‌ବିଆଇ କମ୍ରାଗତ ୧୧ଥର ପାଇଁ ରେପୋ ରେଟ୍‌ କୌଣସି ପରିବର୍ତ୍ତନ କରିନଥିଲା। ଆରବିଆଇ ଏହାକୁ ୪ ପ୍ରତିଶତ ରଖିଥିଲା ଏବଂ ରିଭର୍ସ ରେପୋକୁ ୩.୩୫% ରଖିଥିଲା।

Leave A Reply

Your email address will not be published.