ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିୟମ ଭାଙ୍ଗିଲା ଏସ୍‌ବିଆଇ, ୧ କୋଟି ଜରିମାନା ଲଗାଇଲା ଆରବିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ଉପରେ ଏକ କୋଟି ଟଙ୍କାର ଜମିମାନା ଲଗାଇଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜାଲିଆତି ବର୍ଗୀକରଣ ଏବଂ ବ୍ୟବସାୟିକ ରିପୋର୍ଟରେ)(Frauds classification and reporting by commercial banks and select FIs) ଥିବା ନିର୍ଦ୍ଦେଶନାମାକୁ ପାଳନ ନକରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଉପରେ ଏକ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇଛି।


ଏକ ବିବୃତ୍ତି ଜାରି କରି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ନିୟମ ଉଲ୍ଲଂଘନ କରିଥିବା କାରଣରୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ଏହି ୧ କୋଟି ଜରିମାନା ହୋଇଛି। ବ୍ୟାଙ୍କ ଏବଂ ଗ୍ରାହକ ମାନଙ୍କ କାରବାର ସହିତ ଏହାର କୌଣସି ସମ୍ପର୍କ ନାହିଁ।

Leave A Reply

Your email address will not be published.