ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ପଡ଼ିଲା ଲାଞ୍ଚ, ଭିଜିଲାନ୍ସ ଜାଲରେ ପଡ଼ିଲେ ତହସିଲଦାର

ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।

ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର ମାହାନ୍ତଙ୍କ ଠାରୁ ଘରବାଡ଼ି ଜମି ପଟ୍ଟା କରାଇ ଦେବା ବାବଦକୁ ୪୦ ହଜାର ଟଙ୍କା କଥା ହୋଇଥିଲେ। ଆଗରୁ ୨୫ ହଜାର ଟଙ୍କା ନେଇଥିଲେ। ଆଜି ଆଉ ୧୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସତ୍ୟ ସୁନ୍ଦର। ଅମିନ କମଳ ପାତ୍ରଙ୍କ ଜରିଆରେ ତହସିଲଦାର ଏହି ଲାଞ୍ଚ ଟଙ୍କା ନେଉଥିଲେ।

Leave A Reply

Your email address will not be published.