ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୈତରିଣୀ ନଦୀ ପଠାରୁ ବିରଳ ହଳଦିଆ କଇଁଛ ଉଦ୍ଧାର

ଭଦ୍ରକ: ବୈତରଣୀ ନଦୀ ପଠାରୁ ହଳଦିଆ ରଙ୍ଗର କଇଁଛ ଉଦ୍ଧାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରିକନା ଗାଁ ଦେଇ ପ୍ରବାହିତ ବୈତରଣୀ ନଦୀ ପାଖ ରାସ୍ତାରେ ଏହି ହଳଦିଆ ରଙ୍ଗର କଇଁଚ ଚାଲୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଏହି କଇଁଛକୁ ଧରିଥିଲେ । ରାତିରେ ଘରକୁ ଫେରୁଥିବା ସମୟରେ କଇଁଛକୁ ଧରିଥିଲେ। କଇଁଛର ଓଜନ ପାଖାପାଖି ୨ କିଲୋରୁ ଅଧିକ ହେବ । ତେବେ ସ୍ଥାନାୟ ଅଞ୍ଚଳର ହଳଦିଆ କଇଁଛ ଦେଖିବା ବିରଳ। ବାତ୍ୟା ୟଶ ସମୟରେ ସମୁଦ୍ରରୁ ବିଭିନ୍ନ ନଦୀକୁ ପାଣି ପ୍ରବେଶ କରିଥିଲା । ତେଣୁ ସେହି ସମୟରେ ଏହି ହଳଦିଆ ରଙ୍ଗର କଇଁଛ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.