ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର: କଟିଯାଇଥିବା ଡାହାଣ ହାତର ବୁଢ଼ା ଅଙ୍ଗୁଳି ଜାଗାରେ ଲାଗିଲା ବାମ ଗୋଡ଼ର ଆଙ୍ଗୁଠି

କଟକ: କଟକ ଏସସିବି ମେଡିକାଲରେ ହେଲା ବିରଳ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର କରି ଜଣେ ଯୁବକଙ୍କ କଟି ଯାଇଥିବା ଡାହାଣ ହାତ ବୁଢ଼ା ଅଙ୍ଗୁଳିରେ ତାଙ୍କର ବାମ ଗୋଡ଼ର ଦ୍ୱିତୀୟ ଅଙ୍ଗୁଳି ପ୍ରତିରୋପଣ କରାଯାଇଛି । ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ କରି ଦେଖାଇଛି ସଫଳ ଅସ୍ତ୍ରୋପଚାର । ଏଭଳି ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ହୋଇଥିବା କୁହାଯାଇଛି ।

ସୂଚନା ଅନୁସାରେ, ଭଦ୍ରକର ସୀତାକାନ୍ତ ବାରିକ ତାମିଲନାଡ଼ୁରେ ଏକ କମ୍ପାନୀରେ କାର୍ଯ୍ୟ କରିବା ସମୟରେ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠି ସମ୍ପୂର୍ଣ୍ଣ କଟି ଯାଇଥିଲା । ଯାହାକୁ ନେଇ ସେହି କମ୍ପାନୀର ମୁଖ୍ୟ ଓ ପରିବାର ଲୋକେ ସୀତାକାନ୍ତଙ୍କୁ ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ କରିବା ପରେ ଅପରେସନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ଦୀର୍ଘ ୮ ଘଣ୍ଟାର ଅପରେସନ ପରେ ନୂଆ ଜୀବନ ପାଇଛନ୍ତି ୨୫ ବର୍ଷୀୟ ଯୁବକ ସୀତାକାନ୍ତ । ୧୦ ଦିନ ପୂର୍ବରୁ ହୋଇଥିଲା ଅପରେସନ । ବର୍ତ୍ତମାନ ସୀତାକାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ବାମ ଗୋଡ଼ର ଦ୍ବିତୀୟ ଆଙ୍ଗୁଠିର ରକ୍ତ ନଳୀ, ସ୍ନାୟୁ, ହାଡ଼କୁ ଅଲଗା କରାଯାଇ ହାତ ବୁଢା ଆଙ୍ଗୁଠିରେ ଯୋଡ଼ା ଯାଇଛି । ୮ ଜଣ ଦକ୍ଷ ଡାକ୍ତରର ଏହି ବିରଳ ଅପରେସନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.