ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜାବ ରାସ୍ତାରେ ଦୌଡୁଛି ରାଫେଲ

ଚଣ୍ଡିଗଡ : ପଞ୍ଜାବ ରାସ୍ତାରେ ବି ରାଫେଲ ଦୌଡୁଛି। ଏମିତି ଏକ କଥା ଶୁଣି ଯେକୌଣସି ବ୍ୟକ୍ତି ବିସ୍ମୟରେ ପଡିପାରନ୍ତି। କାରଣ ରାଫେଲ ତ ଉଡିବା କଥା:ପୁଣି ଦୌଡିବ କେମିତି। ବାସ୍ତବରେ ଆମେ ଯେଉଁ ରାଫେଲ କଥା କହୁଛି ତାହା ଫ୍ରାନ୍ସରୁ ଆସିଥିବା ରାଫେଲ ନୁହେଁ। ବରଂ ଏହା ଭଟିଣ୍ଡା ସହରର ରାମା ମଣ୍ଡିର ଜଣେ ବାସିନ୍ଦା ରାମ ପାଲ ବେନିୱାଲ (୬୦)ଙ୍କ ଦ୍ବାରା ନିର୍ମିତ ଏକ ସ୍ବତନ୍ତ୍ର ଯାନ। ରାଫେଲ ଯୁଦ୍ଧ ବିମାନ ଦ୍ବାରା ଅନୁପ୍ରାଣୀତ ହୋଇ ସେ ଏହି ଯାନ ‘ପଞ୍ଜାବ ରାଫେଲ’କୁ ନିର୍ମାଣ କରିଛନ୍ତି।

ଏହା ଦେଖିବାକୁ ଅବିକଳ ରାଫେଲ ଭଳି। ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ଏହି ଯାନର ଲମ୍ବ ୧୮ ଫୁଟ ଥିବାବେଳେ ଓସାର ୧୦ ଫୁଟ ଏବଂ ଉଚ୍ଚତା ୮ ଫୁଟ ରହିଛି। ପଞ୍ଜାବ ରାଫେଲ ଗୋଟିଏ ଲିଟର ପେଟ୍ରୋଲରେ ୭ କିମି ଗତି କରୁଛି। ଦଶମ ପାସ କରିନଥିବା ରାମ ପାଲ ଏହାକୁ ଡିଜାଇନ କରିବା ପାଇଁ ୪୫ ଦିନ ନେଇଥିଲେ। ଏହାର ଓଜନ ୮୦୦ କିଗ୍ରା ରହିଛି।

ଏଥିରେ ମାରୁତି ୮୦୦ କାରର ଇଞ୍ଜିନ ଏବଂ ଜିପର ଷ୍ଟିଅରିଂ ବ୍ୟବସ୍ଥା ଲାଗିଛି। ଏହି ରାଫେଲକୁ ନିର୍ମାଣ କରିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଜେଟର ନାମକୁ ସେ ରାମ ପାଲ ଏୟାରଲାଇନ ରଖିଛନ୍ତି। ରାମପାଲଙ୍କୁ ରାଫେଲର ନିର୍ମାଣରେ ୨ ଜଣ ସ୍ଥାନୀୟ ମେକାନିକ କୁଲଦୀପ ସିଂହ ଏବଂ ସେବକ ସିଂହ ସାହାଯ୍ୟ କରିଛନ୍ତି। ଲୁହା ଏବଂ ଷ୍ଟିଲ ବ୍ୟବହାର କରି ସେ ଏହାକୁ ପ୍ରସ୍ତୁତ କରିଛନ୍ତି। ରାଫେଲର ଆଗରେ ୨ଟି ଛୋଟ ଚକ ଏବଂ ପଛରେ ୨ଟି ବଡ ଚକ ଲାଗିଛି।

Leave A Reply

Your email address will not be published.